ଇସ୍ରୋ କଣ୍ଟ୍ରୋଲ ରୁମ୍‌ରେ ଥିଲେ ପାଖାପାଖି ୭୦ ଛାତ୍ରଛାତ୍ରୀ, ସେମାନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ

ଲ୍ୟାଣ୍ଡର ଅବତରଣ ଦେଖିବାକୁ ଦେଶର ବିଭିନ୍ନ ସ୍ଥାନରୁ ସ୍କୁଲ ଛାତ୍ରଛାତ୍ରୀ ଇସ୍ରୋ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ଥିଲେ । ସେମାନଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ । ବାର୍ତ୍ତାଳାପ ବେଳେ ଜଣେ ଛାତ୍ର କହିଥିଲେ ଯେ, ସେ ଦେଶର ରାଷ୍ଟ୍ରପତି ହେବାକୁ ଚାହାନ୍ତି । ଏଥିପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ । ମୋଦି ଛାତ୍ର ଜଣଙ୍କୁ କହିଥିଲେ ରାଷ୍ଟ୍ରପତି କାହିଁକି ହେବାକୁ ଚାହୁଁଛ, ପ୍ରଧାନମନ୍ତ୍ରୀ କାହିଁକି ନୁହେଁ । ଏହି ବାର୍ତ୍ତାଳାପ ବେଶ ଉପଭୋଗ୍ୟ ହୋଇଥିଲା । ଇସ୍ରୋର ସ୍ପେଶ କୁଇଜ କାର୍ଯ୍ୟକ୍ରମରେ ସାରା ଦେଶରୁ ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଇସ୍ରୋ ସେଣ୍ଟରରେ ଲ୍ୟାଣ୍ଡର ବିକ୍ରମର ଅବତରଣ ଦେଖିବାକୁ ମନୋନୀତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.