ବିଫଳ ହେଲା କି ଚନ୍ଦ୍ର‌ାବତରଣ? ମାତ୍ର ଅଳ୍ପ ଦୂରରେ ଲ୍ୟାଣ୍ଡରର ସମ୍ପର୍କ ଛିନ୍ନ

ଲ୍ୟାଣ୍ଡର ସହ ସମ୍ପର୍କ ଛିନ୍ନ । ଚନ୍ଦ୍ରପୃଷ୍ଠରୁ ମାତ୍ର ଅଳ୍ପ ଦୂରରେ ଥିଲା ବିକ୍ରମ, ସେତେବେଳେ କଟିଗଲା ସମ୍ପର୍କ । ଇସ୍ରୋ ଅଧ୍ୟକ କେ. ଶିବନ କହିଛନ୍ତି, ଯୋଜନା ମୁତାବକ ବିକ୍ରମ ଅବତରଣ କରୁଥିଲା । ଚନ୍ଦ୍ରପୃଷ୍ଠଠାରୁ ୨.୧ କିଲୋମିଟର ଦୂର ପର୍ଯ୍ୟନ୍ତ ସବୁ ଠିକ୍‌ ଥିଲା । କିନ୍ତୁ ତା ପରଠାରୁ ସମ୍ପର୍କ ଛିନ୍ନ ହୋଇଗଲା । ବର୍ତ୍ତମାନ ଡାଟାର ସମୀକ୍ଷା କରାଯାଉଛି । ଭୋର ପ୍ରାୟ ଦେଢ଼ାଟ ସମୟରୁ ଲ୍ୟାଣ୍ଡରର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରାୟ ୧୨-୧୪ ମିନିଟ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଥିଲା । କିନ୍ତୁ ସମ୍ପର୍କ ଭାଙ୍ଗିବା ପରେ ବୈଜ୍ଞାନିକଙ୍କ ମଧ୍ୟରେ ଉଦାଶଭାବ ଦେଖିବାକୁ ମିଳିଥିଲା । ଅବତରଣ ପ୍ରକ୍ରିୟା ଦେଖିବାକୁ ଇସ୍ରୋ କଣ୍ଟ୍ରୋଲ ରୁମରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ । ପ୍ରଥମ ୧୦ ମିିନିଟର ସଫଳତାରେ ସମସ୍ତେ ଖୁସି ଥିଲେ । କିନ୍ତୁ ପରେ ଆସିଲା ଉତ୍କଣ୍ଠାପୂର୍ଣ୍ଣ ମୁହୁର୍ତ୍ତ । ଶିବନ ଆସି ପ୍ରଧାନମନ୍ତ୍ରୀଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଡାଟାକୁ ଅପେକ୍ଷା କରାଗଲା। ବେଶ କିଛି ସମୟ ଅପେକ୍ଷା ପରେ, ଶିବନ ଦେଇଥିଲେ ସୂଚନା । ବିକ୍ରମ ସହ ସମ୍ପର୍କ ଛିନ୍ନ ହୋଇଛି । ଯାହା କିଛି ତଥ୍ୟ ଆସିଛି ତାର ଆନାଲିସିସ୍‌ କରାଯାଉଛି । ପ୍ରଧାନମନ୍ତ୍ରୀ କହିଥିଲେ, ଭଲ ଖବର ପାଇଁ ଆଶା ରଖ । ଜୀବନରେ ଉତ୍‌ଥାନ ପତନ ଲାଗି ରହିଛି । ସେ ବୈଜ୍ଞାନିକଙ୍କ ସହ ଅଛନ୍ତି । ଆଗକୁ ମଧ୍ୟ ରହିବି । ବର୍ତ୍ତମାନର ଉପଲବ୍ଧି କିଛି କମ ନୁହଁ । ବୈଜ୍ଞାନିକଙ୍କ ପାଇଁ ସାରା ଦେଶ ଗର୍ବିତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.