ଗଞ୍ଜାମ: ଲଗାଣ ବର୍ଷାରେ ଭୁଶୁଡ଼ିଲା ପଳାସପୁର ନିକଟ ପୋଚକାନାଳ ଉପରେ ଥିବା ପୋଲ, ଯାତାୟତ ଠପ୍
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଲଗାଣ ବର୍ଷା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ପଳାସପୁର ନିକଟ ପୋଚକାନାଳ ଉପରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି । ଫଳରେ ଲୋକଙ୍କ ଯାତାୟତରେ ବାଧା ଉପୁଜିଛି । ପୂର୍ତ୍ତବିଭାଗ ଓ ଏନ୍ଏଚ୍ ଅଧିକାରୀ ପହଞ୍ଚି ଡଇଭର୍ସନ୍ ରାସ୍ତା ତିଆରି ପାଇଁ ପଦକ୍ଷେପ ନେଇଛନ୍ତି । ପ୍ରବଳ ବର୍ଷା ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା ।