ଦେଶ ବିଦେଶ

IIT ଭିଲାଇର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୯୦ କୋଟି ଟଙ୍କାରେ ହୋଇଛି ନିର୍ମାଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଭିଲାଇର ଉଦ୍‌ଘାଟନ କରିଛନ୍ତି । ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଆଇଆଇଟି ଭିଲାଇ କ୍ୟାମ୍ପସ ୪୦୦ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ୧୦୯୦ କୋଟି ଖର୍ଚ୍ଚ ହୋଇଛି । ଆଇଆଇଟିର ଶିଳାନ୍ୟାସ ମୋଦି ୨୦୧୮ ଜୁନ୍‌ ୧୪ରେ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ୮ ଜୁଲାଇ ୨୦୨୦ରେ ଆରମ୍ଭ ହୋଇଛି । ପ୍ରକଳ୍ପ ମାତ୍ର ୪ ବର୍ଷରେ ନିର୍ମାଣ ହୋଇଛି ।

ଆଇଆଇଟି ଭିଲାଇ ଛାତ୍ରଛାତ୍ରୀ ରାୟପୁର ଜିଇସି କଲେଜରେ ଅସ୍ଥାୟୀ ଭାବେ ପଢୁଥିଲେ । ଏଠାରେ ବର୍ତ୍ତମାନ ୭୦୦ ଛାତ୍ରଛାତ୍ରୀ ପଢୁଛନ୍ତି । ଏଠାରେ ବ୍ୟାଚଲର ଅଫ ଟେକ୍ନୋଲୋଜି, ମାଷ୍ଟର ଅଫ ଟେକ୍ନୋଲୋଜି, ମାଷ୍ଟର ଅଫ ସାଇନ୍ସ ଏବଂ ପିଏଚଡି କରୁଛନ୍ତି ଛାତ୍ରଛାତ୍ରୀ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ଅନେକ ପ୍ରମୁଖ ପ୍ରକଳ୍ପ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଶିକ୍ଷା କ୍ଷେତ୍ରରେ ପାଖାପାଖି ୧୩ ହଜାର ୩୭୫ କୋଟି ଟଙ୍କାର ବହୁ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଇଆଇଟି ଭିଲାଇ ବ୍ୟତୀତ ଆଇଆଇଟି ତିରୂପତି, ଆଇଆଇଟି ଜାମ୍ମୁ, ଆଇଆଇଆଇଟିଡିଏମ କୁରନୁଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଦେଶରେ ୩ଟି ନୂଆ ଆଇଆଇଏମ ଜାମ୍ମୁ, ଆଇଆଇଏମ ବୋଧଗୟା ଏବଂ ଆଇଆଇଏମ ବିଶାଖାପାଟନମର ମଧ୍ୟ ଉଦ୍‌ଘାଟନ କରିବେ । ସେ ଦେଶ ସାରା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି ନୂଆ ଭବନର ଉଦଘାଟନ କରିବେ ।

Swagatika

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

28 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

31 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

34 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

40 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

55 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

2 hours ago