IIT ଭିଲାଇର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି, ୧୦୯୦ କୋଟି ଟଙ୍କାରେ ହୋଇଛି ନିର୍ମାଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଭିଲାଇର ଉଦ୍ଘାଟନ କରିଛନ୍ତି । ଆଇଆଇଟି ଭିଲାଇ କ୍ୟାମ୍ପସ ୪୦୦ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ୧୦୯୦ କୋଟି ଖର୍ଚ୍ଚ ହୋଇଛି । ଆଇଆଇଟିର ଶିଳାନ୍ୟାସ ମୋଦି ୨୦୧୮ ଜୁନ୍ ୧୪ରେ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ୮ ଜୁଲାଇ ୨୦୨୦ରେ ଆରମ୍ଭ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଇଆଇଟି ଭିଲାଇର ଉଦ୍ଘାଟନ କରିଛନ୍ତି । ମୋଦି ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି । ଆଇଆଇଟି ଭିଲାଇ କ୍ୟାମ୍ପସ ୪୦୦ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ୧୦୯୦ କୋଟି ଖର୍ଚ୍ଚ ହୋଇଛି । ଆଇଆଇଟିର ଶିଳାନ୍ୟାସ ମୋଦି ୨୦୧୮ ଜୁନ୍ ୧୪ରେ କରିଥିଲେ । ଏହାର ନିର୍ମାଣ କାର୍ଯ୍ୟ ୮ ଜୁଲାଇ ୨୦୨୦ରେ ଆରମ୍ଭ ହୋଇଛି । ପ୍ରକଳ୍ପ ମାତ୍ର ୪ ବର୍ଷରେ ନିର୍ମାଣ ହୋଇଛି ।
ଆଇଆଇଟି ଭିଲାଇ ଛାତ୍ରଛାତ୍ରୀ ରାୟପୁର ଜିଇସି କଲେଜରେ ଅସ୍ଥାୟୀ ଭାବେ ପଢୁଥିଲେ । ଏଠାରେ ବର୍ତ୍ତମାନ ୭୦୦ ଛାତ୍ରଛାତ୍ରୀ ପଢୁଛନ୍ତି । ଏଠାରେ ବ୍ୟାଚଲର ଅଫ ଟେକ୍ନୋଲୋଜି, ମାଷ୍ଟର ଅଫ ଟେକ୍ନୋଲୋଜି, ମାଷ୍ଟର ଅଫ ସାଇନ୍ସ ଏବଂ ପିଏଚଡି କରୁଛନ୍ତି ଛାତ୍ରଛାତ୍ରୀ ।
#WATCH | PM Narendra Modi had said this about IITs and IIMs in Jammu in 2013
Today, Prime Minister will inaugurate the permanent campus of IIM Jammu. He will also inaugurate AIIMS Vijaypur (Samba), Jammu and also dedicate to the nation academic complex and hostel buildings of… pic.twitter.com/WNO5vEqPEv
— ANI (@ANI) February 20, 2024
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ ଗସ୍ତ କରିବେ । ଏହି ଗସ୍ତ ସମୟରେ ଅନେକ ପ୍ରମୁଖ ପ୍ରକଳ୍ପ ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦି ଶିକ୍ଷା କ୍ଷେତ୍ରରେ ପାଖାପାଖି ୧୩ ହଜାର ୩୭୫ କୋଟି ଟଙ୍କାର ବହୁ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆଇଆଇଟି ଭିଲାଇ ବ୍ୟତୀତ ଆଇଆଇଟି ତିରୂପତି, ଆଇଆଇଟି ଜାମ୍ମୁ, ଆଇଆଇଆଇଟିଡିଏମ କୁରନୁଲ ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଦେଶରେ ୩ଟି ନୂଆ ଆଇଆଇଏମ ଜାମ୍ମୁ, ଆଇଆଇଏମ ବୋଧଗୟା ଏବଂ ଆଇଆଇଏମ ବିଶାଖାପାଟନମର ମଧ୍ୟ ଉଦ୍ଘାଟନ କରିବେ । ସେ ଦେଶ ସାରା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ୨୦ଟି ନୂଆ ଭବନର ଉଦଘାଟନ କରିବେ ।