ରଣଜୀ ଟ୍ରଫି ବିଷୟରେ ଆଲୋଚନା କରିବା ମନୋଜ ତିଓ୍ଵାରୀଙ୍କୁ ପଡିଲା ମହଙ୍ଗା, ବିସିସିଆଇ ଲଗାଇଲା ଜରିମାନା

ଭାରତୀୟ ଟିମର ବ୍ୟାଟର ମନୋଜ ତିଓ୍ଵାରୀ ରଣଜୀ ଟ୍ରଫି ବିଷୟରେ ଆଲୋଚନା କରିଥିବାରୁ ବିସିସିଆଇ ତାଙ୍କୁ ଜରିମାନା ଲଗାଇଛି । ବିସିସିଆଇ ମନୋଜଙ୍କ ରଣଜୀ ଟ୍ରଫି ମ୍ୟାଚ୍‌ ଫିର ୨୦ % ଜରିମାନା ଲଗାଇଛି ।

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ନେବା ପରେ ଜରିମାନା ଦେଇଥିଲେ ଭାରତୀୟ ଟିମର ବ୍ୟାଟର ମନୋଜ ତିଓ୍ଵାରୀ । ରଣଜୀ ଟ୍ରଫି ବିଷୟରେ ଆଲୋଚନା କରିଥିବାରୁ ବିସିସିଆଇ ତାଙ୍କୁ ଜରିମାନା ଲଗାଇଥିଲା । ବିସିସିଆଇ ମନୋଜଙ୍କ ରଣଜୀ ଟ୍ରଫି ମ୍ୟାଚ୍‌ ଫିର ୨୦ % ଜରିମାନା ଲଗାଇଥିଲା । ତିଓ୍ଵାରୀ ବିହାର ବିପକ୍ଷରେ ନିଜର ଶେଷ ପ୍ରଥମ ଶ୍ରେଣୀ କ୍ରିକେଟ ମ୍ୟାଚ ଖେଳିଥିଲେ ।

ମନୋଜ ତିଓ୍ଵାରୀ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ, ରଣଜୀ ଟ୍ରଫିରେ ନିଶ୍ଚିତ ଭାବେ କିଛି ଭୁଲ୍‌ ହେଉଛି । ଆଗାମୀ ସିଜିନ ପାଇଁ ଏହାକୁ ହଟାଇ ଦେବା ଉଚିତ । ସମୃଦ୍ଧ ଇତିହାସରେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ବଞ୍ଚାଇବା ପାଇଁ କିଛି ଜିନିଷ ଉପରେ ଧ୍ୟାନ ଦେବା ଉଚିତ । ଏହା ନିଜର ଆକର୍ଷଣ ଏବଂ ମହତ୍ତ୍ୱ ହରାଉଛି । ମୁଁ ବହୁତ ନିରାଶ । ବିସିସିଆଇ ଏହି ପୋଷ୍ଟରେ କାର୍ଯ୍ୟାନୁଷ୍ଠାନ ନେଇ ଜରିମାନା ଲଗାଇଥିଲା ।

କୋଲକତାରେ ଏକ ସମ୍ମାନ ସମାରୋହରେ ତିଓ୍ଵାରୀ କହିଥିଲେ, ମୁଁ ଭାବୁଛି କି ଯଦି ମୁଁ ପୋଷ୍ଟ କରିନଥାନ୍ତି, ବିସିସିଆଇ ଏଭଳି ନିର୍ଦ୍ଦେଶ ଦେଇନଥାନ୍ତା । ମୋ ପୋଷ୍ଟ ଯୋଗୁଁ ହୁଏତ ବିସିସିଆଇ ସଚିବ ଖେଳାଳିଙ୍କ ଉପରେ ଚାପ ପକାଉଛନ୍ତି । ଯୁବ ଖେଳାଳି ଆଇପିଏଲରେ ଖେଳିବା ମନୋଭାବ ନେଇ ଖେଳୁଛନ୍ତି । ଯେଉଁମାନେ ଆଇପିଏଲ୍‌ ଖେଳୁନାହାନ୍ତି, ସେମାନେ ଖାଲି ସମୟ ମିଳିଲେ ଦୁବାଇ କିମ୍ବା ଅନ୍ୟ ସ୍ଥାନକୁ ଯାଉଛନ୍ତି । ତେଣୁ ରଣଜୀ ଟ୍ରଫିର ମହତ୍ତ୍ୱକୁ କମ୍‌ କରୁଛି । ଆଇପିଏଲ ଆମ ସମସ୍ତଙ୍କ ପାଇଁ ସବୁଠୁ ବଡ ମଞ୍ଚ । କିନ୍ତୁ ବିସିସିଆଇ ଅଧ୍ୟକ୍ଷ ଏବଂ ସଚିବଙ୍କୁ ରଣଜୀ ଟ୍ରଫିର ମହତ୍ତ୍ୱ ବଢାଇବାକୁ ଅନୁରୋଧ କରୁଛି ।

ସୂଚନାଯୋଗ୍ୟ, ବିସିସିଆଇ ନିକଟରେ ଖେଳାଳିଙ୍କୁ ଚେତାବନୀ ଦେଇଥିଲା କି, ଯଦି ସେମାନେ ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି, ସେମାନେ ରଣଜୀ ଖେଳି ନିଜକୁ ସାବ୍ୟସ୍ତ କରିବା ଜରୁରୀ । ତେବେ ଈଶାନ କିଶନ ରଣଜୀ ଟ୍ରଫି ନ ଖେଳିବା କାରଣରୁ ବିସିସିଆଇ ଏଭଳି ଚେତାବନୀ ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.