ଆଜି ଅପରାହ୍ନ ୫ଟାରେ ଛତିଶା ନିଯୋଗ ବୈଠକ, ନାଟମଣ୍ଡପ ମରାମତି ସମ୍ପର୍କରେ ହେବ ଆଲୋଚନା
ଆଜି ଛତିଶା ନିଯୋଗ ବୈଠକ । ପୁରୀ ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନାଟମଣ୍ଡପ ମରାମତି ସମ୍ପର୍କରେ ଆଲୋଚନା ହେବ । ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ମରାମତି ପାଇଁ ବିସ୍ତୃତ ଭାବେ ତର୍ଜମା କରାଯିବ ।
ପୁରୀ(କେନ୍ୟୁଜ୍): ଆଜି ଛତିଶା ନିଯୋଗ ବୈଠକ । ପୁରୀ ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନାଟମଣ୍ଡପ ମରାମତି ସମ୍ପର୍କରେ ଆଲୋଚନା ହେବ । ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ମରାମତି ପାଇଁ ବିସ୍ତୃତ ଭାବେ ତର୍ଜମା କରାଯିବ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବାରୁ ଆସନ୍ତା ଏପ୍ରିଲ୍ ମାସ ଶେଷ ସୁଦ୍ଧା ନାଟମଣ୍ଡପ ମରାମତି ଶେଷ ହେବ । ମୁଖ୍ୟ ବିମ୍ ଫାଟ ମରାମତି ପାଇଁ ଭାରା ବନ୍ଧାଯିବ । ୪ ଟି ଷ୍ଟେନଲେସ ଷ୍ଟିଲ ବିମ ଲଗାଯିବ। ଏହି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି କିଭଳି ସୁରୁଖୁରୁରେ ହେବ ଏବଂ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଏ ସମସ୍ତ ଦିଗକୁ ନେଇ ଆଜି ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ ।