ଆଉ ନାହାନ୍ତି ଅନୁପମା ଫେମ୍ ଋତୁରାଜ ସିଂ, ୫୯ ବର୍ଷ ବୟସରେ ଆସିଲା ହାର୍ଟଆଟାକ୍
ଅନୁପମାର ଲୋକପ୍ରିୟ କଳାକାର ଟିଭି ଅଭିନେତା ଋତୁରାଜ ସିଂଙ୍କ ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ତେବେ ମୃତ୍ୟୁର କାରଣ ହାର୍ଟଆଟାକ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି । ପରିବାର ଲୋକ ଗଭୀର ଶୋକରେ ରହିଛନ୍ତି ।
ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂଙ୍କ ପରଲୋକ । ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଅନୁପମାର କଳାକାର । ତେବେ ମୃତ୍ୟୁର କାରଣ ହାର୍ଟଆଟାକ ବୋଲି ଜଣାପଡିଛି । ଅନେକ ଟିଭି ଶୋ, ୱେବ ସିରିଜ ଏବଂ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି ଋତୁରାଜ । ତାଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି । ପରିବାର ଲୋକ ଗଭୀର ଶୋକରେ ରହିଛନ୍ତି ।
ଖବର ମୁତାବକ, ଋତୁରାଜଙ୍କୁ ଗତକାଲି ରାତି ୧୨.୩୦ରେ ହାର୍ଟଆଟାକ ଆସିଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ଋତୁରାଜଙ୍କୁ ପାନକ୍ରିୟାଜ ସମ୍ବନ୍ଧୀୟ ସମସ୍ୟା ରହିଥିଲା । ଏହାର ଚିକିତ୍ସା କରୁଥିଲେ ଋତୁରାଜ ।
ଋତୁରାଜଙ୍କ ମୃତ୍ୟୁରେ ଅର୍ଶଦ ଓ୍ଵାରସୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମେ ଗୋଟିଏ ବିଲିଡିଂରେ ରହୁଥିଲି । ସେ ମୋ ପ୍ରଥମ ଫିଲ୍ମର ପ୍ରଯୋଜକ ରହିଥିଲେ । ଜଣେ ଭଲ ଅଭିନେତା ତଥା ଭଲ ବନ୍ଧୁକୁ ଆଜି ହରାଇଲି ।
I am so saddened to know that Ritu Raj passed away. We lived in the same building, he was a part of my first film as a producer. Lost a friend and a great actor… will miss you brother…
— Arshad Warsi (@ArshadWarsi) February 20, 2024
ଋତୁରାଜ କେବଳ ଟିଭି ନୁହେଁ ବରଂ ଫିଲ୍ମ ଏବଂ ୱେବ ସିରିଜରେ ବଢିଆ କାମ କରିଛନ୍ତି । ତାଙ୍କ ଭୂମିକାକୁ ସମସ୍ତେ ପସନ୍ଦ କରନ୍ତି । ତେଣୁ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳେ । ଶେଷ ଥର ପାଇଁ ସେ ଅନୁପମା ସିରିଅଲରେ କାମ କରୁଥିଲେ । ଋତୁରାଜ ଫିଲ୍ମ ୟାରିୟାଁ ୨, ସତ୍ୟମେବ ଜୟତେ ୨, ଦ ମାଷ୍ଟରପିସ୍, ବଦ୍ରିନାଥ କୀ ଦୁଲହନିୟାଁ ଭଳି ଫିଲ୍ମରେ କାମ କରିଛନ୍ତି ।