ଖାଲିପଡିଛି ୩୦୦ ଲାଇବ୍ରେରିଆନ ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ

ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ଲାଇବ୍ରେରିଆନ୍ ପଦବୀ । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆପଣଙ୍କୁ ରାଜସ୍ଥାନ ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟ rpsc.rajasthan.gov.in କୁ ଯାଇ ଆବେଦନ କରିପାରିବେ ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଏହି ରାଜ୍ୟରେ ସରକାରୀ ପଦବୀରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ରାଜସ୍ଥାନ ପବ୍ଲିକ ସର୍ଭିସ କମିଶନରେ ଖାଲିପଡିଛି ଲାଇବ୍ରେରିଆନ୍ ପଦବୀ । ଏଥିପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଆପଣଙ୍କୁ ରାଜସ୍ଥାନ ଲୋକ ସେବା ଆୟୋଗର ଅଫିସିଆଲ ୱେବସାଇଟ rpsc.rajasthan.gov.in କୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ରେଜିଷ୍ଟ୍ରେସନ ଆଜିଠାରୁ ଆରମ୍ଭ ହେଉଛି ।

ପଦବୀ ବିବରଣୀ : ୩୦୦

ଜରୁରୀ ତାରିଖ : ଖାଲିପଡିଥିବା ପଦବୀ ପାଇଁ ଆବେଦନ ୨୦ ଫେବୃଆରୀରୁ ଆରମ୍ଭ ହେଉଥିବା ବେଳେ ଶେଷ ୨୦ ମାର୍ଚ୍ଚ ୨୦୨୪ରେ ସମାପ୍ତ ହେବ ।

ଶିକ୍ଷାଗତ ଯୋଗ୍ୟତା : ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ୟୁଜିସି ଦ୍ୱାରା ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ ଡିଗ୍ରୀ କରିଥିବା ଜରୁରୀ । ଏହାସହିତ ମାନ୍ୟତାପ୍ରାପ୍ତ ଲାଇବ୍ରେରୀ ସାଇନ୍ସରେ ଡିଗ୍ରୀ କିମ୍ବା ଡିପ୍ଲୋମା କରୁଥିବା ଜରୁରୀ ।

ବୟସ ସୀମା : ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବୟସ ୧୮ରୁ ୪୦ ବର୍ଷ ହେବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ମାଧ୍ୟମରେ ହେବ । ପରୀକ୍ଷା ୪୦୦ ମାର୍କର ୨ଟି ପେପର ହେବ । ପ୍ରତି ପେପର ୨୦୦ ମାର୍କ ପ୍ରଶ୍ନ ରହିବ । ଏହାର ଅବଧି ୨ ଘଣ୍ଟା ହେବ ।

ଆବେଦନ ଶୁଳ୍କ : ଇଚ୍ଛୁକ ସାମାନ୍ୟ ବର୍ଗ ପ୍ରାର୍ଥୀ ୬୦୦ ଟଙ୍କା ଦେବାକୁ ହେବ । ସେହିପରି ଅନ୍ୟମାନେ ୪୦୦ ଟଙ୍କା ଦେବାକୁ ପଡିବ ।

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.