ଦେଶ ବିଦେଶ

ଶିରିଡ ସାଇବାବା ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦି, ୭୫୦୦ କୋଟି ଟଙ୍କାର ପରିଯୋଜନାର କଲେ ଶିଳାନ୍ୟାସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ଶିରିଡିରେ ପହଞ୍ଚିଛନ୍ତି । ଏହି ଗସ୍ତରେ ମୋଦି ଶିରିଡି ସାଇବାବଙ୍କ ମନ୍ଦିରରେ ଦର୍ଶନ କରିବା ସହିତ ପୂଜା କରିଛନ୍ତି । ମୋଦି ଶିରିଡିରେ ୭୫୦୦ କୋଟି ଟଙ୍କାର ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ଏଥିରେ ସ୍ୱାସ୍ଥ୍ୟ, ରେଳ, ସଡ଼କ, ତେଲ ଏବଂ ଗ୍ୟାସ ଭଳି ପ୍ରମୁଖ କ୍ଷେତ୍ର ସାମିଲ ରହିଛି । ଏହାଦ୍ୱାରା ମହାରାଷ୍ଟ୍ରର ଲକ୍ଷ ଲକ୍ଷ କୃଷକଙ୍କୁ ଗୁରୁବାର ଦିନ ବଡ ଉପହାର ମିଳିବ । ଯେଉଁଥିରେ ୮୬ ଲକ୍ଷରୁ ଅଧିକ କୃଷକଙ୍କୁ ଫାଇଦା ମିଳିବ ।

ମୋଦି ଶିରିଡିରେ ପହଁଚିଛନ୍ତି, ଯେଉଁଠାରେ ଶ୍ରୀ ସାଇବାବା ସମାଧି ମନ୍ଦିରରେ ପୂଜା ଏବଂ ଦର୍ଶନ କରିଛନ୍ତି । ଏହାରି ମଧ୍ୟରେ ଶିରିଡି ସାଇବାବା ମନ୍ଦିରରେ ନୂଆ ଦର୍ଶନ କ୍ୟୁ କମ୍ପେ୍ଲକ୍ସର ଉଦଘାଟନ କରିବେ । ଏହା ପରେ ନିଲୱାଣ୍ଡେ ଡ୍ୟାମର ଜଳ ପୂଜା କରିବା ସହିତ ଏବଂ ବନ୍ଧର ଏକ କେନାଲ ନେଟୱାର୍କ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି ମୋଦି। ତା’ପରେ ପ୍ରଧାନମନ୍ତ୍ରୀ ଶିରିଡିର ଏକ ସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ, ରେଳ, ସଡକ ଏବଂ ତୈଳ ପରି ପ୍ରାୟ ୭୫୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ।

୮୫ କିଲୋମିଟର କେନାଲ ନେଟୱାର୍କ ଜଳର ପାଇପ୍ ବିତରଣ ନେଟୱାର୍କକୁ ସୁଗମ କରି ୧୮୨ ଟି ଗାଁକୁ ଉପକୃତ ହେବେ । ନିଲୱାଣ୍ଡେ ଡ୍ୟାମର ପ୍ରକଳ୍ପ ପ୍ରଥମେ ୧୯୭୦ ରେ ଆରମ୍ଭ କରାଯାଇଥିଲା । ଏହା ପ୍ରାୟ ୫,୧୭୭ କୋଟି ଟଙ୍କା ବ୍ୟୟରେ ବିକଶିତ ହେଉଛି ବୋଲି ସୂଚନା ମିଳିଛି । ଏହାପରେ ମୋଦି ଗୋଆ ଗସ୍ତ କରିବେ । ସେଠାରେ ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ ମଣ୍ଡଗାଁରେ ୩୭ ରାଷ୍ଟ୍ରୀୟ ଖେଳର ଉଦ୍‌ଘାଟନ କରିବେ । ଏହାସହିତ ଖେଳରେ ସାମିଲ ହେବାକୁ ଥିବା ଆଥଲେଟଙ୍କୁ ସମ୍ବୋଧନ କରିବେ । ଏହା ପ୍ରଥମ ଥର ପାଇଁ ଗୋଆରେ ଆୟୋଜିତ ହେଉଛି । ଏହହା ୨୬ ନଭେମ୍ବରରୁ ଅକ୍ଟୋର ୯ ପର୍ଯ୍ୟନ୍ତ ଚାଲିବ । ଏଥିରେ ସମଗ୍ର ଦେଶର ୧୦ ହଜାରରୁ ଅଧିକ ଆଥଲେଟ୍‌ ଯୋଗ ଦେବେ ।

 

Swagatika

Recent Posts

ଲୁଟେରାଙ୍କ ଆତଙ୍କ ନେଇ ଚିନ୍ତାରେ ଜନ ସାଧାରଣ, ୭ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଝାରସୁଗୁଡ଼ା(କେନ୍ୟୁଜ): ଥମୁନି ଲୁଟେରାଙ୍କ ଆତଙ୍କ । ଦିନ ଦ୍ୱିପ୍ରହରରେ ଲୁଟିବା ପାଇଁ ଆପଣାଉଛନ୍ତି ଭିନ୍ନ ଭିନ୍ନ ଉପାୟ । ଯଦି…

8 mins ago

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ରେସ୍ ରେ ଆଗରେ ନାଁ

ସୁରେଶ ପୂଜାରୀ ହୋଇ ପାରନ୍ତି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ରେସ୍ ରେ ଆଗରେ ଅଛି ସୁରେଶ ପୂଜାରୀଙ୍କ ନାଁ…

14 mins ago

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା, ୬ ରନରେ ପାକିସ୍ତାନକୁ ହରାଇଲା ଟିମ୍ ଇଣ୍ଡିଆ

ନ୍ୟୁୟର୍କରେ ଉଡିଲା ତ୍ରିରଙ୍ଗା । ରୋମାଞ୍ଚକ ମୁକାବିଲାରେ ପାକିସ୍ତାନକୁ ହରାଇଲା ଭାରତ । ମାତ୍ର ୬ ରନରେ ପାକିସ୍ତାନକୁ ହରାଇ…

22 mins ago

ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି

ଭୁବନେଶ୍ୱରରେ ବଢ଼ିଲା ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୫୦ ପଇସା ରହିଛି ।…

31 mins ago

ଜାଣନ୍ତୁ ଆଜି କେତେ ରହିଛି ବଜାରରେ ସୁନା ଦର ?

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

39 mins ago

ରାଜ୍ୟରେ ଜାରି ରହିଛି ତାତି, ଆଗକୁ ଆହୁରି ବଢିବ,୪୫ ଡିଗ୍ରୀ ଛୁଇଁବା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଖରାରେ ଆଉଟୁପାଉଟୁ ଜନଜୀବନ। ଉପକୂଳରୁ ଉପାନ୍ତ ସବୁଠି କଲବଲ…

55 mins ago