ଦେଶ ବିଦେଶ

ଖାଲି ଭାଷଣ ନୁହେଁ କାମରେ ବି କଲେ ମୋଦି, କ୍ୟାବିନେଟ ବୈଠକରେ ଦେଖିବାକୁ ମିଳିଲା ସାମାଜିକ ଦୂରତାର ଛବି

ମହାମାରୀ କରୋନା ସହ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟରାତ୍ର ଠାରୁ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ସମ୍ପୂର୍ଣ୍ଣ ‘ଲକ ଡାଉନ’ ଘୋଷଣା କରିଛନ୍ତି । ‘ଲକ ଡାଉନ’ ସମେତ ପିଏମ ମୋଦି ସାମାଜିକ ଦୂରତା ଉପରେ ମଧ୍ୟ ଖୁବ ଗୁରୁତ୍ୱ ଦେଉଛନ୍ତି । ଯେତେ ସମ୍ଭବ ସେତେ ଦୂରତା ରକ୍ଷା କରିବାକୁ ଦେଶବାସୀଙ୍କ ନିକଟରେ ଅପିଲ କରୁଛନ୍ତି । କାରଣ କରୋନା ମୁକାବିଲା ପାଇଁ ଏହା ହେଉଛି ଏକ ମାତ୍ର ବିକଳ୍ପ । ନଚେତ ଆଗକୁ ପରିସ୍ଥିତି ଖୁବ ଜଟିଳ ହୋଇପାରେ ବୋଲି ପ୍ରଧାନ ମନ୍ତ୍ରୀ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଦ୍ଵିତୀୟ ଅଭିଭାଷଣରେ ବୟାନ କରିଛନ୍ତି ।


କିନ୍ତୁ ପିଏମ ମୋଦିଙ୍କ ଏହି ଭାଷଣ କେବଳ ଭାଷଣରେ ସୀମିତ ନାହିଁ । ସେ ନିଜେ ଏହି ନିୟମ ମାନ ପାଳିବା ସହ ଖୋଦ ପିଏମଙ୍କ କ୍ୟାବିନେଟ ମଧ୍ୟ ନିଷ୍ଠାର ସହ ଏହି ନିୟମ ମାନୁଛନ୍ତି । ସେମାନେ ବି ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରୁଛନ୍ତି । କ୍ୟାବିନେଟ ବୈଠକର ଏକ ଫଟୋ ଦେଖି ହିଁ ଏହା ଆପଣ ଭଲ ଭାବେ ବୁଝିପାରିବେ । ବୈଠକ ସମୟରେ ସମସ୍ତ ମନ୍ତ୍ରୀଗଣ ପରସ୍ପର ଠାରୁ ଯଥେଷ୍ଟ ଦୂରତା ରକ୍ଷା କରି ବସିଛନ୍ତି । ନିଜେ ପାଳିବା ସହ ଦେଶକୁ ମଧ୍ୟ ସମାନ ବାର୍ତ୍ତା ଦେଉଛନ୍ତି ।

ଖବର ଅନୁଯାୟୀ ଭାରତରେ କରୋନାରେ ପାଖାପାଖି ୫୬୨ ଜଣ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୧୨ ଜଣଙ୍କର ଚିକିତ୍ସା ଚାଲିଛି । ଏହି ଭୟଙ୍କର ମହାମାରୀରେ ଏଯାବତ ୧୧ ଜଣଙ୍କର ମୃତ୍ୟୁ ବି ହୋଇସାରିଲାଣି । କାଲି ସୁଦ୍ଧା ବିହାରରେ ଜଣେ, ମଧ୍ୟପ୍ରଦେଶରେ ୫ ଜଣ, ତେଲେଙ୍ଗାନାରେ ତିନି ଜଣ, ଗୁଜୁରାଟରେ ତିନି ଜଣ, ମହାରାଷ୍ଟ୍ରରେ ୫ ଜଣ କରୋନା ସଂକ୍ରମିତ ବୋଲି ଜଣା ପଡିଛି ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

2 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

2 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

6 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

29 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

37 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

43 mins ago