ଦେଶ ବିଦେଶ

ଦିଲ୍ଲୀ ପ୍ରଗତି ଟନେଲ ଲୁଟ୍‌ ଘଟଣା: ଲୁଟେରା ଗ୍ୟାଙ୍ଗକୁ ଧରାଇଦେଲା ବାଇକ୍‌ , ୫ ଗିରଫ

ଦିଲ୍ଲୀ ପ୍ରଗତି ମଇଦାନ ଅଣ୍ଡରପାସ ନିକଟରେ ଗତକାଲି ହୋଇଥିବା ଲୁଟ୍‌ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଲୁଟ୍‌ର ମାଷ୍ଟରମାଇଣ୍ଡ ନିଜ ସାଥିଙ୍କ ସହିତ ବୁରାଡୀ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲା । ଲୁଟ୍‌ର ଗୋଟେ ଦିନ ପୂର୍ବରୁ ସମସ୍ତେ ମିଶି ମଦ ପାର୍ଟି କରିବା ପରେ ଏହି ପ୍ଲାନ୍‌ କରିଥିଲେ ।

ପୋଲିସ ସିସିଟିଭି ଆଧାରରେ ୫ ଅଭିଯୁକଙ୍କୁ ଗିରଫ କରିଛି । ଲୁଟର ପୂର୍ବଦିନ ସେମାନେ ସମସ୍ତେ ମଦ ପାର୍ଟି କରିଥିଲେ । ଏହି ସମୟରେ ନିଶାଗ୍ରସ୍ତ ଅବସ୍ଥା ଜଣେ ଅନ୍ୟ ଜଣକୁ ଗୁଳି ମାରିଦେଇଥିଲେ । ଏହାପରେ ଗୁଳିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏକ ଆପାଚି ମଟର ସାଇକେଲରେ ହସପିଟାଲ ନେଇଥିଲେ । ସେମାନେ ଆହତ ଯୁବକଙ୍କୁ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ଫେରିଯାଇଥିଲେ  ।

ଆଉ ସେମାନେ ଯେଉଁ ଆପାଚି ବାଇକରେ ଆହତ ଯୁବକଙ୍କୁ ହସପିଟାଲ ନେଇଥିଲେ, ସେହି ବାଇକରେ ଲୁଟ୍‌ କାଣ୍ଡ ସମୟରେ ବ୍ୟବହାର କରିଥିଲେ ।  ସିସିଟିଭି ଫୁଟେଜ ଭାଇରଲ ହେବା ପରେ ବୁରାଡି ଥାନାର ଜଣେ ପୋଲିସ କର୍ମୀ ବାଇକକୁ ଚିହ୍ନିଦେଇଥିଲେ । ପୋଲିସ ଏହାପରେ ହସପିଟାଲ ଯାଇ ପଚରାଉଚରା କରିବା ପରେ ଆହତ ସାଥି ଜଣକ ସବୁ କହିଦେଇଥିଲେ । ପୋଲିସ ଏହାପରେ ୫ ଜଣଙ୍କୁ ଗିରଫ କରିଥିଲା ।

ସୂଚନାଯୋଗ୍ୟ, ଦିଲ୍ଲୀ ପ୍ରଗତି ମଇଦାନ ଟନେଲ ନିକଟରେ ଡେଲିଭରୀ ଏଜେଣ୍ଟଙ୍କ ଠାରୁ ଗତକାଲି କିଛି ଲୁଟେରା ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । କାରକୁ ଅଟକାଇ ବନ୍ଧୁକ ଦେଖାଇ ଲୁଟିଥିଲେ ଲୁଟେରା । ଯାହାର ସିସିଟିଭି ଫୁଟେଜ ଭାଇରଲ ହୋଇଥିଲା ।  ଆଉ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।

Swagatika

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

15 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

27 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

37 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

40 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago