ଦେଶ ବିଦେଶ

ପତ୍ନୀଙ୍କୁ ମାରପିଟ ମାମଲା: ବିବେକ ବିନ୍ଦ୍ରାଙ୍କ ଘରେ ପହଞ୍ଚିଲା ପୋଲିସ, ସିସିଟିଭି ଫୁଟେଜ୍‌ ଯାଞ୍ଚ

ପତ୍ନୀଙ୍କୁ ମାରପିଟ ମାମଲାରେ ପୋଲିସ ମୋଟିଭେସନାଲ୍‌ ସ୍ପିକର ବିବେକ ବିନ୍ଦ୍ରାଙ୍କ ଘରେ ପହଞ୍ଚିଛି। ପୋଲିସ ତାଙ୍କ ସୋସାଇଟିରେ ପହଞ୍ଚି ୧୭ ଦିନ ପୁରୁଣା ସିସିଟିଭି ଫୁଟେଜ୍‌କୁୁ ଯାଞ୍ଚ କରିଛି। ଏହା ସହିତ ଗେଟ୍‌ ପାଖରେ ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ପଚରାଉଚରା କରିଛି।

କହି ରଖୁଛୁ, ବିବେକ ବିନ୍ଦ୍ରା ନୋଏଡାର ସେକ୍ଟର-୯୪ ସୁପରନୋଭା ସୋସାଇଟିରେ ରୁହନ୍ତି। ସିସିଟିଭି ଯାଞ୍ଚ ପରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ପୋଲିସ ଦାବି କରିଛି। କୁହାଯାଉଛି ଯେ ପୋଲିସ ତଦନ୍ତ ପାଇଁ ବିନ୍ଦ୍ରାଙ୍କ ଘରକୁ ଯାଇଥିଲା, କିନ୍ତୁ ସେଠାରେ ସେ ଉପସ୍ଥିତ ନ ଥିଲେ। ସେପଟେ ସୋମବାର ଅପରାହ୍ନରେ ବିବେକଙ୍କ ପତ୍ନୀ ୟାନିକାଙ୍କ ପରିବାର ଲୋକେ ଡିସିପିଙ୍କୁ ଭେଟିବେ।

ୟାନିକାଙ୍କ ଭାଇ ସେକ୍ଟର-୧୨୬ ଥାନାରେ ମାମଲାରେ ରୁଜୁ କରାଇ କହିଥିଲେ ଯେ ଡିସେମ୍ବର ୭ ତାରିଖ ଦିନ ପ୍ରାୟ ୩ଟାରେ ବିବେକ ତାଙ୍କ ମା’ ପ୍ରଭାଙ୍କ ସହ ଯୁକ୍ତିତର୍କ କରୁଥିଲେ। ଯେତେବେଳେ ୟାନିକା ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ, ସେହି ସମୟରେ ବିବେକ ତାଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। ଏହାପରେ ତାଙ୍କୁ ଗାଳିଗୁଲଜ କରିବା ସହ ନିର୍ଦ୍ଦୟ ଭାବେ ପିଟିଥିଲେ। ଏହି ଘଟଣାରେ ଡିସେମ୍ବର ୧୪ରେ ମାମଲା ପଞ୍ଜିକୃତ ହୋଇଥିଲା।

Roshni

Recent Posts

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 mins ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

23 mins ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

32 mins ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

1 hour ago

ଛେପ ପକାଇ ମୁହଁ ମସାଜ୍‌ କରୁଥିଲେ ସେଲୁନ୍‌ କର୍ମଚାରୀ, ସିସିଟିଭିରେ ଭିଡିଓ କଏଦ୍‌

ଆଜିକାଲି ପାର୍ଲର ଯିବା ଏକ ପ୍ରକାର ଫେସନ୍‌ ହୋଇଗଲାଣି । ଅଧିକାଂଶ ଯୁବପିଢ଼ି ପାର୍ଲର ଯିବାକୁ ପସନ୍ଦ କରିଥାଆନ୍ତି ।…

2 hours ago

ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ପର୍ଯ୍ୟଟକ, ଲାଇଫଗାର୍ଡଙ୍କ ଦ୍ୱାରା ଉଦ୍ଧାର

ଗୋପ : ଶେଷ  ରଜରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ସମେତ ଚନ୍ଦ୍ରଭଗା ଓ ରାମଚଣ୍ଡୀ ପୀଠରେ ନାହିଁ ନଥିବା ଭିଡ଼…

2 hours ago