ରାଜ୍ୟ

ଖଣ୍ଡା ବୁଲାଇ ଡରାଉଥିଲା ଯୁବକ, ନିଜେ ହେଲା ଗୁରୁତର

ଭୁବନେଶ୍ୱର(କେନ୍ୟୁଜ): ଏବେ ଚାଲିଆଡେ ନୂଆବର୍ଷ ପାଇଁ ସେଲିବ୍ରେସନର ମାହୋଲ । ଯେପରି କିଛି ଅଘଟଣ ନଘଟେ ସେଥିପାଇଁ ସଜାଗ କମିସନରେଟ ପୋଲିସ୍ । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏତେ ସବୁ ପରେ ବି ରାଜଧାନୀରେ ପୁଣି ବୁଲିଲା ଖଣ୍ଡା।

ଗତକାଲି ଏୟାରପୋର୍ଟ ଥାନା ଅଂଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ପାଖାପାଖି କୋଡିଏ ରୁ ତିରିଶି ଜଣ ଯୁବକ ସଙ୍ଘବଦ୍ଧ ଭାବରେ ଦୁଇ ଜଣ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଖବର ଏବେ ସାମ୍ନାକୁ ଅରସିଛି । ବିଭିନ୍ନ ପ୍ରକାର ମାରଣାସ୍ତ୍ର ଯଥା ଖଣ୍ଡା ଓ ଅନ୍ୟାନ୍ୟ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ ଦୁଇ ଯୁବକଙ୍କୁ । ଆକ୍ରମଣରେ ମଦନ ମହାରଣା ଓରଫ ଶିବା ନାମକ ଯୁବକ ଗୁରୁତର ଭାବେ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଅଳ୍ପ ଆହତ ହୋଇଥିବ ସୂଚନା ମିଳିଛି ।

ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଆଗରୁ ଉଭୟ ଆକ୍ରମଣକାରୀ ଓ ଶିବା ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ବାରମ୍ବାର ଝଗଡା ଗଣ୍ଡଗୋଳ ଲାଗିରହିଥିଲା। ଏୟାରପୋର୍ଟ ଅଞ୍ଚଳରେ ଶିବା ଗୋଟିଏ ଗ୍ୟାରେଜ କରିଥିବାବେଳେ ସେହି ଗ୍ୟାରଜ ନିକଟରେ ଅନ୍ୟ ଗୋଷ୍ଠୀର କିଛି ଯୁବକ ବସି ମଦ ପିଉଥିଲେ। ଶିବା ଏସବୁକୁ ବିରୋଧ କରିବାରୁ ସେମାନେ ସଙ୍ଘ ବଦ୍ଧ ଭାବରେ ଆକ୍ରମଣ କରିିଥିଲେ ।

ଏପଟେ କିନ୍ତୁ ପୋଲିସ କହିବା ଅନୁସାରେ ଶିବା ନାଁ ରେ ପୂର୍ବରୁ ଅନେକ ମାମଲା ବିଭିନ୍ନ ଥାନାରେ ରହିଛି । ଗତକାଲି ଶିବା ଅପରପକ୍ଷ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲା ଏବଂ ଖଣ୍ଡା ବୁଲାଇ ଆସିବା ବେଳେ, ଆକ୍ରମଣକାରୀ ଗୋଷ୍ଠୀ ଶିବାର ଖଣ୍ଡା ହିଁ ଶିବାଙ୍କୁ ଆକ୍ରମଣ କରିଥିଲେ। ଯାହାଫଳରେ ଶିବା ଗୁରୁତର ହୋଇ ତାକୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବାବେଳେ ଅନ୍ୟ ଜଣେ ଯୁବକକୁ ପୋଲିସ ନିଜ ହିପାଜତକୁ ନେଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ କିଛି ଯୁବକଙ୍କୁ ପୋଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago