ଦେଶ ବିଦେଶ

ନିଜ ହାତରେ କୋଭିଡ୍‌ ଓ୍ଵାର୍ଡର ପାଇଖାନା ସଫା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ବେଳେ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଜମୁଥିବାରୁ ମେଡିକାଲ କର୍ମଚାରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମେଡିକାଲରେ ସଫେଇକୁ ନେଇ କେତେକ ଖବର ଓ ଭିଡିଓ ଲଗାତାର ସାମ୍ନାକୁ ଆସୁଛି। କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ମେଡିକାଲରେ ପହଞ୍ଚି ପାଇଖାନା ସଫା କରୁଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓ ପୁଡୁଚେରୀର। ଏଠାକାର ସ୍ୱାସ୍ଥ୍ୟ ମନ୍ତ୍ରୀ ମଲ୍ଲଦୀ କୃଷ୍ଣ ରାଓ ଶନିବାର ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତରେ ଯାଇଥିଲେ। ଏ ଅବସରରେ ପାଇଖାନା ଅପରିଷ୍କାର ଥିବା ନେଇ ତାଙ୍କୁ ଅଭିଯୋଗ ମିଳିଥିଲା। ସେ ନିଜେ ଏନେଇ ଯାଞ୍ଚ କରିବା ବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଓ୍ଵାର୍ଡର ପାଇଖାନା ଅପରିଷ୍କାର ହୋଇ ପଡ଼ିଥିବା ଦେଖିବା ପରେ ସେ ନିଜେ କୋଭିଡ୍‌ ହସ୍ପିଟାଲର ପାଇଖାନାରକୁ ସଫା କରିଥିଲେ। ଏହି ସମୟରେ ସେ ପିପିଇ କିଟ୍‌ ପିନ୍ଧିଥିଲେ।

ଏନେଇ ମେଡିକାଲ ତରଫରୁ କୁହାଯାଇଛି ଯେ ୭୫ ରୋଗୀ ରହୁଥିବା ଏହି ଓ୍ଵାର୍ଡରେ ଦିନକୁ ୩ ଥର ପାଇଖାନା ସଫେଇ କରାଯାଉଛି। କିନ୍ତୁ ଅଧିକ ଲୋକ ବ୍ୟବହାର କରୁଥିବାରୁ ପାଇଖାନା ସବୁ ବେଳେ ଅପରିଷ୍କାର ରହୁଛି। ସଫେଇ କର୍ମଚାରୀଙ୍କ ଅଭାବ ଥିବାରୁ ସବୁବେଳେ ସଫା କରାଯାଇପାରୁନାହିଁ। ଏହି ସମସ୍ୟା ଜାଣିବା ପରେ ମନ୍ତ୍ରୀ ଅସୁବିଧାକୁ ତୁରନ୍ତ ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

WCW 11

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

8 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

21 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

30 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

33 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago