ନିଜ ହାତରେ କୋଭିଡ୍ ଓ୍ଵାର୍ଡର ପାଇଖାନା ସଫା କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ବେଳେ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଜମୁଥିବାରୁ ମେଡିକାଲ କର୍ମଚାରୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମେଡିକାଲରେ ସଫେଇକୁ ନେଇ କେତେକ ଖବର ଓ ଭିଡିଓ ଲଗାତାର ସାମ୍ନାକୁ ଆସୁଛି। କିନ୍ତୁ ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜେ ମେଡିକାଲରେ ପହଞ୍ଚି ପାଇଖାନା ସଫା କରୁଥିବା ଦେଖାଯାଇଛି।
ଦେଖନ୍ତୁ ଭିଡିଓ:
#WATCH Puducherry Health Minister Malladi Krishna Rao cleaned a toilet at a #COVID19 ward at Indira Gandhi Govt Medical College & Hospital, during his visit to the hospital today. pic.twitter.com/3LFRrtD3iQ
— ANI (@ANI) August 29, 2020
ଏହି ଭିଡିଓ ପୁଡୁଚେରୀର। ଏଠାକାର ସ୍ୱାସ୍ଥ୍ୟ ମନ୍ତ୍ରୀ ମଲ୍ଲଦୀ କୃଷ୍ଣ ରାଓ ଶନିବାର ଇନ୍ଦିରା ଗାନ୍ଧୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗସ୍ତରେ ଯାଇଥିଲେ। ଏ ଅବସରରେ ପାଇଖାନା ଅପରିଷ୍କାର ଥିବା ନେଇ ତାଙ୍କୁ ଅଭିଯୋଗ ମିଳିଥିଲା। ସେ ନିଜେ ଏନେଇ ଯାଞ୍ଚ କରିବା ବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଓ୍ଵାର୍ଡର ପାଇଖାନା ଅପରିଷ୍କାର ହୋଇ ପଡ଼ିଥିବା ଦେଖିବା ପରେ ସେ ନିଜେ କୋଭିଡ୍ ହସ୍ପିଟାଲର ପାଇଖାନାରକୁ ସଫା କରିଥିଲେ। ଏହି ସମୟରେ ସେ ପିପିଇ କିଟ୍ ପିନ୍ଧିଥିଲେ।
ଏନେଇ ମେଡିକାଲ ତରଫରୁ କୁହାଯାଇଛି ଯେ ୭୫ ରୋଗୀ ରହୁଥିବା ଏହି ଓ୍ଵାର୍ଡରେ ଦିନକୁ ୩ ଥର ପାଇଖାନା ସଫେଇ କରାଯାଉଛି। କିନ୍ତୁ ଅଧିକ ଲୋକ ବ୍ୟବହାର କରୁଥିବାରୁ ପାଇଖାନା ସବୁ ବେଳେ ଅପରିଷ୍କାର ରହୁଛି। ସଫେଇ କର୍ମଚାରୀଙ୍କ ଅଭାବ ଥିବାରୁ ସବୁବେଳେ ସଫା କରାଯାଇପାରୁନାହିଁ। ଏହି ସମସ୍ୟା ଜାଣିବା ପରେ ମନ୍ତ୍ରୀ ଅସୁବିଧାକୁ ତୁରନ୍ତ ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।