ଝାଡାବାନ୍ତିରେ ୭ ଆକ୍ରାନ୍ତ, ଚିକିତ୍ସା ପାଇଁ କାନ୍ଧରେ ନଦୀ ପାର୍ ହେଲେ ରୋଗୀ

ଜୟପୁର(କେନ୍ଯୁଜ୍): ଜୀବନକୁ ବାଜି ଲଗାଇ ଜୀବନ ବଞ୍ଚେଇବା ପାଇଁ ନଦୀର ସ୍ରୋତ ପ୍ରଖର ଥିବା ସତ୍ବେ କାନ୍ଧରେ ବୁହା ହୋଇ ଆସିଲେ ୭ ରୋଗୀ। ଏଭଳି ଘଟଣା ଘଟିଛି ବୈପାରୀଗୁଡା ବ୍ଲକର ୧୫ କି.ମି ଦୂର ମାଠପଡା ପଞ୍ଚାୟତ ବଣୁଆଗୁଡା ଗାଁରେ। ଝାଡାବାନ୍ତି ଯୋଗୁ ଅସୁସ୍ଥ ହୋଇଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ବୈପାରୀଗୁଡା ଡାକ୍ତରଖାନାକୁ ନେବା ପାଇଁ ପଡିଥିଲା।

rogi2ସୂଚନା ମୁତାବକ ରୋଗୀମାନଙ୍କୁ ନେବା ପାଇଁ ୧୦୮ ଆମ୍ବୁଲାନ୍ସକ ଡକାଯାଇଥିଲେ ମଧ୍ଯ ଗାଡିଟି ବଣୁଆପଡା ପହଞ୍ଚି ପାରିନଥିଲା। କାରଣ ବଣୁଆପଡା ଯିବା ବାଟରେ ଏକ ନଦୀ ପଡିଥାଏ। ଏହି କାରଣରୁ ଗାଡିଟି ଆରପାରିରେ ରଖି ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ଗାଁ ଲୋକେ ମିଶି ରୋଗୀଙ୍କୁ କାନ୍ଧରେ ବୋହି ୧ କି.ମି ଚାଲିବା ସହ ବିପଦପୂର୍ଣ୍ଣ ଭାବେ ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ଏଭଳି ଘଟଣା କେବଳ ବର୍ଷା ଦିନେ ନୁହେଁ ବରଂ ବର୍ଷ ତମାମ ନଦୀରେ ପୋଲ ନଥିବା କାରଣରୁ ଏଭଳି ଅସୁବିଧା ଲାଗି ରହିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like