ମାଗଣା କରୋନା ଟେଷ୍ଟ ନାଁରେ ହେଉଛି ଠକେଇ, ଜାଣନ୍ତୁ ହ୍ୟାକରଙ୍କ ଠାରୁ ବଞ୍ଚିବା ଉପାୟ

କରୋନା ସଂକ୍ରମଣ ଆରମ୍ଭ ହେବା ଦିନରୁ ହିଁ ଲୋକମାନେ ଠକାମୀର ଶିକାର ହେବେ ବୋଲି ଅନୁମାନ କରାଯାଉଥିଲା, ଯାହା ଏବେ ସତ ହୋଇଛି। କରୋନା ନାଁରେ ଲୋକଙ୍କୁ ଡରାଇ ଧମକାଇ ତାଙ୍କୁ ଠକାଯାଉଛି। କରୋନା ନାଁରେ ଠକେଇ ମାମଲା ଏବେ ଭାରତରେ ବି ଦେଖିବାକୁ ମିଳିଛି। ଠକେଇ କରିବା ପାଇଁ ହ୍ୟାକରମାନେ ଏବେ ଏକ ନୂଆ ଉପାୟ ଆପଣାଇଛନ୍ତି। ଏହି ସାଇବର ଠକମାନେ ଏବେ ଲୋକଙ୍କୁ ମାଗଣାରେ କରୋନା ଚିକିତ୍ସା କରିବାକୁ ଇମେଲ ପଠାଉଛନ୍ତି।

ସାଇବର ଅପରାଧୀମାନେ ଲୋକଙ୍କୁ ମାଗଣାରେ କରୋନା ଯାଞ୍ଚ କରିବା ନେଇ ପଠାଉଥିବା ଇମେଲ ସରକାରୀ ଇମେଲ ସହ ପ୍ରାୟ ମିଶୁଛି। ଏହି ଅପରାଧୀମାନେ ସରକାରଙ୍କ ତରଫରୁ ମେଲ ପଠାଉଥିବା କହୁଛନ୍ତି। ଇମେଲ ସହ ଏକ ୱେବ୍‌ଲିଙ୍କ ବି ପଠାଯାଉଛି। ଲିଙ୍କ୍‌ ଉପରେ କ୍ଲିକ୍‌ କଲେ ଲୋକଙ୍କୁ ନାଁ, ଠିକଣା, ମୋବାଇଲ ନମ୍ବର, ଆଧାର ନମ୍ବର ଆଦି ଭରିବାକୁ କୁହାଯାଉଛି। ଏହା ପରେ ରେଜିଷ୍ଟ୍ରେସନ୍‌ ନାଁରେ ଲୋକଙ୍କ ଠାରୁ ୨୦ ଟଙ୍କା ଲେଖାଏଁ ଶୁଳ୍କ ଆଦାୟ କରାଯାଉଛି। ଏହା ପରେ ହ୍ଵାଟ୍ସ ଆପ୍‌ ନମ୍ବରରେ ହ୍ୟାକର ଏକ କ୍ୟୁଆର କୋଡ୍‌ ପଠାଉଛନ୍ତି ଓ ଏହି କୋର୍ଡ ମାଧ୍ୟମରେ ଆପଣଙ୍କ ୟୁପିଆଇ ଆକାଉଣ୍ଟ ବା ବ୍ୟାଙ୍କରୁ ଟଙ୍କା ଗାୟବ କରି ଦେଉଛନ୍ତି।

covid2

ଏଭଳି ମାମଲାରେ ଆପଣଙ୍କୁ ସଚେତନ ରହିବାକୁ ପଡ଼ିବ। ସର୍ବପ୍ରଥମେ ମନେ ରଖନ୍ତୁ ଯେ ସରକାରଙ୍କ ତରଫରୁ କରୋନା ଯାଞ୍ଚ ପାଇଁ କୌଣସି ଇମେଲ କରାଯାଏ ନାହିଁ। ପୂର୍ବରୁ ସାଇବର ଅପରାଧୀମାନେ ଓଟିପି ମାଧ୍ୟମରେ ଲୋକଙ୍କୁ ଚୂନା ଲଗାଉଥିଲେ କିନ୍ତୁ ଏବେ କ୍ୟୁଆର କୋଡ୍‌ ବ୍ୟବହାର କରୁଛନ୍ତି।

ଯଦି କେହି ଆପଣଙ୍କୁ କ୍ୟୁଆର କୋଡ୍‌ ପଠାଉଛି ଓ ତାହାକୁ ଗୁଗଲ ପେ କିମ୍ବା ଅନ୍ୟ ୟୁପିଆଇ ଆପ୍‌ରେ ସ୍କାନ୍‌ କରିବାକୁ କହୁଛି ତେବେ ଏଭଳି ଭୁଲ ଆଦୌ କରନ୍ତୁ ନାହିଁ। କାରଣ ସ୍କାନ୍‌ କରିବା ପରେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯିବ ଓ ଏଥିପାଇଁ କେବଳ ଆପଣ ହିଁ ଦାୟୀ ହେବେ।

Leave A Reply

Your email address will not be published.