ନିଃସନ୍ତାନ ମହିଳାଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରିଥାଏ ଏହି ଚମତ୍କାରୀ ମନ୍ଦିର, ହଜାର ହଜାର ଟଙ୍କାରେ ନିଲାମ ହୁଏ ଲେମ୍ବୁ

ଭାରତ ଏପରି ଏକ ଦେଶ, ଯେଉଁଠାରେ ବିଭିନ୍ନ ପ୍ରକାର ମନ୍ଦିର ରହିଛି। ଆଉ ଏହିସବୁ ମନ୍ଦିର ବିଷୟରେ ଭିନ୍ନ ପରମ୍ପରା ସହିତ ଭିନ୍ନ ଚମତ୍କାରିତା ମଧ୍ୟ ରହିଛି। ମନ୍ଦିରଗୁଡିକରେ ଏଭଳି ଚମତ୍କାରିତା ଯୋଗୁଁ ମଧ୍ୟ ପ୍ରସିଦ୍ଧତା ବୃଦ୍ଧି ପାଏ। କିନ୍ତୁ ଏମିତି ଏକ ମନ୍ଦିର ରହିଛି, ଯେଉଁଠାରେ ସବୁ ନିଃସନ୍ତାନ ମହିଳାଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏପରି ଏକ ମନ୍ଦିର ତାମିଲନାଡୁର ଭେଲ୍ଲପୁରମରେ ରହିଛି, ଯାହାର ନାମ ଇଡୁମ୍ବନ ମନ୍ଦିର।

77

କୁହାଯାଏ, ଏଠାକୁ ଆସୁଥିବା ମହିଳା ନିଃସନ୍ତାନ ହେବା କଳଙ୍କର ମୁକ୍ତି ପାଇଥାନ୍ତି। ଏଠିକାର ପୂଜାରୀ କହିବାନୁଯାୟୀ, ଏହି ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ମଣିଷର ମନସ୍କାମନା ଭଗବାନ ପୂର୍ଣ୍ଣ କରିଥାନ୍ତି। ଏହି ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଆସିବା ସମୟରେ ସାଙ୍ଗରେ ଫଳ ନେଇ ଆସନ୍ତି ଆଉ ଏହି ଫଳକୁ ଭଗବାନଙ୍କ ଚରଣରେ ଅର୍ପଣ କରିଦିଅନ୍ତି।

mandir

 

ଏହି ଫଳ ଖାଇବା ପରେ ମହିଳା ନିଃସନ୍ତାନ କଳଙ୍କରୁ ମୁକ୍ତି ପାଇଥାନ୍ତି। କେବଳ ଏତିକି ନୁହେଁ, ଏହି ମନ୍ଦିରରେ ଏପରି ଚମତ୍କାର ମଧ୍ୟ ହୁଏ ଯେ ଯଦି ପରିବାର କିମ୍ବା ସଂପର୍କୀୟଙ୍କର କେହି କେବେ ହଜିଯାଇଥାନ୍ତି ତେବେ ଏଠାରେ ମନସ୍କାମନା ରଖିବା ଦ୍ୱାରା ମିଳିଯାନ୍ତି। ଏଥିପାଇଁ ଏହି ମନ୍ଦିରକୁ ସଂପୂର୍ଣ୍ଣ ଭାବେ ଚମତ୍କାରୀ ମନ୍ଦିର ଭାବେ ଜଣାଯାଏ। ଏହି ମନ୍ଦିରରେ ଲେମ୍ବୁ ମିଳିଥାଏ, ଯାହାକୁ ନିଲାମ କରାଯାଏ। ଆଉ ଏହି ଲେମ୍ବୁ ଶହେ କିମ୍ବା ଦୁଇ ଶହ ନୁହେଁ ବରଂ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ନିଲାମ ହୁଏ।

Leave A Reply

Your email address will not be published.