ମହିଳା ଭକ୍ତଙ୍କୁ ଅତି ନିର୍ମମ ଭାବେ ପିଟିଲେ ପୂଜାରୀ। ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ଚୁଟି ଘୋଷାଡ଼ି ପିଟିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ଦିର କମିଟି ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାରୀଙ୍କ ଏହି କାରନାମାର ଏବେ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ଯାଏଁ ପୂଜାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ମାଡ଼ ଖାଇଥିବା ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ।
ରିପୋର୍ଟ ମୁତାବକ, ଏହି ଘଟଣା ଦୁଇ ଦିନ ପୂର୍ବର। ମହିଳା ମନ୍ଦିର ଭିତରକୁ ଯାଇ ମା’ ଶ୍ୟାମା ମାଇଙ୍କ ପୂଜା କରିବାକୁ ଜିଦ୍ଦି କରିଥିଲେ। କିନ୍ତୁ କୋଭିଡ୍ ଗାଇଡ୍ଲାଇନ୍ ଯୋଗୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ନ ଥିଲା। ମାତ୍ର ମହିଳା କିଛି ବି ଶୁଣିବାକୁ ନାରାଜ ଥିଲେ। ଏହି କଥାକୁ ନେଇ ବିବାଦ ଉପୁଜିଥିଲା। ଫଳରେ ପୂଜାରୀ ରାଗରେ ମହିଳାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ପିଟିଥିଲେ।
କେହି ଜଣେ ଏହି ଘଟଣା ବେଳର ଦୃଶ୍ୟକୁ ଫୋନ୍ରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଫଳରେ ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର ଆଦୌ ଶୋଭନୀୟ ନୁହେଁ। ମନ୍ଦିରର ପୂଜାରୀଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ଏବେ ମାମଲାର ଯାଞ୍ଚ ଚାଲିଛି। ତଦନ୍ତ ପରେ ସତ୍ୟା ସତ୍ୟ ସାମ୍ନାକୁ ଆସିବ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…