Below header

ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କ ଚୁଟି ଘୋଷାଡ଼ି ପିଟିଲେ ପୂଜାରୀ, ଭିଡିଓ ଭାଇରାଲ

ମହିଳା ଭକ୍ତଙ୍କୁ ଅତି ନିର୍ମମ ଭାବେ ପିଟିଲେ ପୂଜାରୀ। ବିହାରର ଦରଭଙ୍ଗାରେ ଜଣେ ପୂଜାରୀ ମନ୍ଦିରକୁ ପୂଜା କରିବାକୁ ଆସିଥିବା ମହିଳାଙ୍କୁ ଚୁଟି ଘୋଷାଡ଼ି ପିଟିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମନ୍ଦିର କମିଟି ପୂଜାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂଜାରୀଙ୍କ ଏହି କାରନାମାର ଏବେ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ଯାଏଁ ପୂଜାରୀଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପଟେ ମାଡ଼ ଖାଇଥିବା ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ।

ରିପୋର୍ଟ ମୁତାବକ, ଏହି ଘଟଣା ଦୁଇ ଦିନ ପୂର୍ବର। ମହିଳା ମନ୍ଦିର ଭିତରକୁ ଯାଇ ମା’ ଶ୍ୟାମା ମାଇଙ୍କ ପୂଜା କରିବାକୁ ଜିଦ୍ଦି କରିଥିଲେ। କିନ୍ତୁ କୋଭିଡ୍‌ ଗାଇଡ୍‌ଲାଇନ୍‌ ଯୋଗୁ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ନ ଥିଲା। ମାତ୍ର ମହିଳା କିଛି ବି ଶୁଣିବାକୁ ନାରାଜ ଥିଲେ। ଏହି କଥାକୁ ନେଇ ବିବାଦ ଉପୁଜିଥିଲା। ଫଳରେ ପୂଜାରୀ ରାଗରେ ମହିଳାଙ୍କ ଚୁଟି ଘୋଷାଡ଼ି ତାଙ୍କୁ ପିଟିଥିଲେ।

darbhanga2
Image Credit: Aajtak

କେହି ଜଣେ ଏହି ଘଟଣା ବେଳର ଦୃଶ୍ୟକୁ ଫୋନ୍‌ରେ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲେ। ଫଳରେ ମାମଲାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏନେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି, କୌଣସି ମହିଳାଙ୍କ ସହ ଏଭଳି ବ୍ୟବହାର ଆଦୌ ଶୋଭନୀୟ ନୁହେଁ। ମନ୍ଦିରର ପୂଜାରୀଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ଏବେ ମାମଲାର ଯାଞ୍ଚ ଚାଲିଛି। ତଦନ୍ତ ପରେ ସତ୍ୟା ସତ୍ୟ ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.