Below header

ଶ୍ରାବଣରେ କେଉଁ ପ୍ରକାର ଶିବ ଲିଙ୍ଗ ପୂଜା କଲେ କ’ଣ ମିଳିଥାଏ ଫଳ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କଲେ ମିଳିଥାଏ ମନବାଞ୍ଛିତ ଫଳ । ତେବେ ଶିବ ଲିଙ୍ଗ ସ୍ୱରୁପ ଅନୁସାରେ ମଧ୍ୟ ଫଳ ମିଳିଥାଏ ବୋଲି ହିନ୍ଦୁ ଧର୍ମରେ ବର୍ଣ୍ଣନା ରହିଛି । ଭିନ୍ନ ପ୍ରକାର ଶିବ ଲିଙ୍ଗ ପୂଜାର ଭିନ୍ନ ଫଳ ମିଳିଥାଏ । ଆସନ୍ତୁ ଜାଣିବା ଶିବ ଲିଙ୍ଗ ବିଭିନ୍ନ ସ୍ୱରୁପ ପୂଜାର କି କି ଲାଭ ମିଳିଥାଏ ।

shivaling.

ପାରଦ ଶିବଲିଙ୍ଗ : ପାରା ଓ ରୁପାରେ ନିର୍ମିତ ଶିବଲିଙ୍ଗଙ୍କୁ ପାରଦ ଶିବ ଲିଙ୍ଗ କୁହାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଶାବ୍ରଣ ମାସରେ ପାରଦ ଶିବ ଲିଙ୍ଗ ପୂଜା କଲେ ଧନ ସମ୍ପଦ ପାଇଁ କରିଥିବା ମନସ୍କାମନା ପୂର୍ଣ୍ଣ ହୋଇଥାଏ । କୁହାଯାଏ ପାରଦ ଶିବଲିଙ୍ଗ ଦୋକାନ ବା ବେପାର ସ୍ଥାନରେ ରଖିଲେ ବେପାରରେ ବୃଦ୍ଧି ଘଟିଥାଏ । ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।

ଯଅ ଓ ଚାଉଳରେ ନିର୍ମିତ ଶିବଲିଙ୍ଗ : ଶ୍ରାବଣରେ ଯଅ ଓ ଚାଉଳରେ ତିଆରି ଶିବଲିଙ୍ଗ ପୂଜା କଲେ ଭକ୍ତଙ୍କୁ ପୁତ୍ର ରତ୍ନ ପ୍ରାପ୍ତ ହୋଇଥାଏ । ଯେଉଁ ଦମ୍ପତିଙ୍କର ସନ୍ତାନ ପ୍ରାପ୍ତ ହୋଇ ନଥାଏ ସେ ଯଅ ଓ ଚାଉଳରେ ଶିବ ଲିଙ୍ଗ ତିଆରି କରି ବିଧି ବିଧାନରେ ପୂଜା କଲେ ଦମ୍ପତିଙ୍କୁ ସନ୍ତାନ ସୁଃଖ ପ୍ରାପ୍ତ ହୋଇଥାଏ ।

shivaling.rice
photo credit: pinterest

ପଥର ଶିବଲିଙ୍ଗ : ପ୍ରାୟତଃ ମନ୍ଦିରରେ ପଥର ଶିବଲିଙ୍ଗ ପୂଜା କରାଯାଇଥାଏ । ପଥର ଶିବଲିଙ୍ଗଙ୍କୁ ନିୟମିତ ପୂଜା କଲେ ବା ଜଳାଭିଷେକ କଲେ ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହେବା ସହ ସିଦ୍ଧି ପ୍ରାପ୍ତ ହୋଇଥାଏ ।

shivaling.

ରତ୍ନ ଶିବଲିଙ୍ଗ : ରତ୍ନ ଶିବଲିଙ୍ଗ ପୂଜା କରିବା ଦ୍ୱାରା ଘରେ ସୁଃଖ ଶାନ୍ତି ଓ ଧନ ବୈଭବ ପୂର୍ଣ୍ଣ ହୋଇଥାଏ ।
ପାର୍ଥିବ ଶିବଲିଙ୍ଗ : ମାଟିରେ ତିଆରି ଶିବଲିଙ୍ଗଙ୍କୁ ପାର୍ଥିବ ଶିବଲିଙ୍ଗ କୁହାଯାଏ । କିଛି ବିଶେଷ ମନସ୍କାମନା ପ୍ରାପ୍ତି ନିମନ୍ତେ ପାର୍ଥିବ ଶିବଲିଙ୍ଗଙ୍କୁ ପୂଜା କରାଯାଇଥାଏ ।

ମିଶ୍ରି ଶିବଲିଙ୍ଗ : ଯଦି କେହି ବ୍ୟକ୍ତି କିଛି ଅସାଧ୍ୟ ରୋଗରେ ପୀଡିତ ହୁଅନ୍ତି ତେବେ ତାଙ୍କୁ ମିଶ୍ରିରେ ନିର୍ମିତ ଶିବଲିଙ୍ଗଙ୍କୁ ପୂଜା କରିବା ଉଚିତ୍‌ । ମାନ୍ୟତା ରହିଛି କି ଏହା କଲେ ଅସାଧ୍ୟ ରୋଗ ଭଲ ହୋଇଥାଏ ।

shivaling.fruits
photo credit: pinterest

ଫଳ-ପୁଷ୍ପରେ ନିର୍ମିତ ଶିବଲିଙ୍ଗ : ଯଦି କାହାର କିଛି ଜମି ବାଡ଼ି ସମ୍ପର୍କିତ ସମସ୍ୟା ରହିଥାଏ, ସେଥିରୁ ମୁକ୍ତି ପାଇବାକୁ ହେଲେ ଫଳ ଓ ଫୁଲରେ ତିଆରି ଶିବଲିଙ୍ଗଙ୍କୁ ପୂଜା କରିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.