Below header

ଫିଲ୍ମ ସୁଟିଂ କରୁଥିବା ବେଳେ ପ୍ଯାର୍ କା ପଞ୍ଚନାମା ଫେମ ନୁସରତଙ୍କୁ ଆସିଲା ଆଟାକ୍, ହସପିଟାଲରେ ଭର୍ତ୍ତି

ପ୍ଯାର୍ କା ପଞ୍ଚନାମା ଫେମ ନୁସରତ ଭରୁଚ୍ଛା ଫିଲ୍ମମେକର ଲଭରଂଜନଙ୍କ ଫିଲ୍ମର ସୁଟିଂ ସେଟରେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଲେ। ଯାହା ପରେ ନୁସରତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କୁ ଭର୍ଟିଗୋ ଆଟାକ୍ ଆସିଥିଲା। କିନ୍ତୁ ଏବେ ତାଙ୍କ ଅବସ୍ଥା ଭଲ ରହିଛି ଆଉ ଡାକ୍ତର ତାଙ୍କୁ ୧୫ ଦିନ ପାଇଁ ଆରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି।

ରିପୋର୍ଟ ମୁତାବକ, ନୁସରତ ଲଭରଂଜନଙ୍କ ଆଗାମୀ ଫିଲ୍ମ ‘ଜନହିତ ମେଁ ଜାରି’ ର ସୁଟିଂ ମୁମ୍ବାଇର ଏକ ଷ୍ଟୁଡିଓରେ କରୁଥିଲେ। ଫିଲ୍ମର ୨୩-୨୪ ଦିନ ପର୍ଯ୍ଯନ୍ତ ଭଲ ଭାବେ ସୁଟିଂ ଚାଲିଥିଲା। କିନ୍ତୁ ଏହାପରେ ନୁସରତ ମୁଣ୍ଡ ବୁଲାଇ ତଳେ ପଡିଯାଇଥିଲେ, ଫଳରେ ସୁଟିଂକୁ କିଛିଦିନ ପାଇଁ ବନ୍ଦ କରିଦିଆଯାଇଛି।

ଅତ୍ଯଧିକ ଟ୍ରେସ ଯୋଗୁଁ ନୁସରତଙ୍କର ଏପରି ହୋଇଛି ବୋଲି ଡାକ୍ତର କହିଛନ୍ତି। ମହାମାରୀ ସମୟରେ ଭାବନାତ୍ମକ, ଶାରୀରିକ ଏବଂ ଆର୍ଥିକ ଭାବେ ପ୍ରଭାବ ପକାଇଛି। ଅଭିନେତ୍ରୀଙ୍କ ରକ୍ତଚାପ ବହୁତ କମିଯାଇଛି। କିନ୍ତୁ ଏବେ ପୂର୍ବାପେକ୍ଷା ସେ ବହୁତ ସୁସ୍ଥ ଅଛନ୍ତି ବୋଲି ସୂଚନା ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.