Below header

ଆସନ୍ତା ୧୪ ରୁ ୧୬ ତାରିଖ ମଧ୍ୟରେ +୨ ନାମ ଲେଖା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୧୪ ରୁ ୧୬ ତାରିଖ ମଧ୍ୟରେ ଆରମ୍ଭ ହେବ ଯୁକ୍ତ ଦୁଇ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା । ଗତ ବର୍ଷ ଅଗଷ୍ଟ ୨୧ରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ସପ୍ତାହକ ପୂର୍ବରୁ ଆରମ୍ଭ ହେବ । ଏଥର ୫୫ହଜାରରୁ ଅଧିକ ସିଟ ବୃଦ୍ଧି ପାଇଁ ଆବେଦନ ହୋଇଛି । ତେବେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ laboratory ସମସ୍ୟା ହୋଇପାରେ । ତେଣୁ ଏ ସବୁର ଭିତ୍ତିଭୂମିର ଯାଞ୍ଚ ଚାଲିଛି ।

ଗତକାଲି ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏ ନେଇ ବୈଠକ ବସିଥିଲା । ସେଲ୍ପ ଫାଇନାନ୍ସିଂ କଲେଜରେ ଅଧିକ ଯାଞ୍ଚ ହେଉଛି । ସେମାନେ laboratory ସୁବିଧା କେତେ ଯୋଗାଇ ପାରିବେ, ତାହାର ଅନୁଧ୍ୟାନ ଚାଲିଛି । ଆବେଦନ ପୂର୍ବରୁ କେତେ ସିଟ ବଢ଼ିଲା, SAMS websiteରେ ତଥ୍ୟ ଉପଲବ୍ଧ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.