ସୋସିଆଲ ମିଡିଆରେ ଭାଇରଲ ହେଉଛି ପାକିସ୍ତାନର ଏହି ଖେଳ: ପଛରେ ରହିଗଲେ ଚପଲରେ ଖାଇବେ ମାଡ, ଭିଡିଓ ଦେଖିଲେ ହସି ହସି ଗଡିଯିବେ

ଏବେ ଚାଲିଛି ଟୋକିଓ ଅଲିମ୍ପିକ୍ସ ୨୦୨୦ । ସମଗ୍ର ଦୁନିଆର ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପ୍ରତିଯୋଗିତା ପାଇଁ ନିଜର ଖେଳାଳି ପଠାଇଛନ୍ତି। ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ଭିନ୍ନ ଭିନ୍ନ ବର୍ଗରେ ଖେଳାଳି ପଠାଇଛି। ହେଲେ କୌଣସି ବି ଖେଳାଳିଙ୍କଠୁ ଖାସ୍ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ। ଏହା ମଧ୍ୟରେ ଏକ ମଜାଳିଆ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ଏହି ଭିଡିଓ ପାକିସ୍ତାନର ବୋଲି କୁହାଯାଇଛି।

ଭାଇରାଲ୍ ହେଉଥିବା ଭିଡିଓ ଆଇପିଏସ ରୂପିନ ଶର୍ମା ନିଜର ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ମଜାଳିଆ ହେଡ୍‌ଲାଇନ୍‌ ଦେଇ ସେ ଲେଖିଛନ୍ତି- ପାକିସ୍ତାନରେ ଗ୍ରାମାଞ୍ଚଳ ଅଲିମ୍ପିକ୍ସ ୨୦୨୧। ୧୫ ସେକେଣ୍ଡର ଏହି ଭିଡିଓରେ ଚାରି ଜଣ ପିଲା ମଜାଦାର ଗେମ୍ ଖେଳୁଛନ୍ତି। ଏଥିରୁ ଦୁଇ ଜଣ ପିଲା ପିଠି ବୁଲାଇ ଛିଡା ହୋଇଛନ୍ତି। ଆଉ ଦୁଇ ଜଣ ସେମାନଙ୍କ ଗୋଡ ତଳେ ଗଳି ବାହାରୁଛନ୍ତି। ଭିଡିଓରେ ସବୁଠୁ ମଜା କଥା ଏହା ଯେ, ପଛରେ ରହୁଥିବା ପିଲାକୁ ଆଗରେ ଥିବା ପିଲା ପିଟୁଛି।

ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ଲୋକେ ଖୁବ୍ ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି। କିଛି ଲୋକ ନିଜ ନିଜ ଅଞ୍ଚଳ ଅନୁଯାୟୀ, ଏହି ଖେଳର ନାମକରଣ କରୁଛନ୍ତି।