ଦେଶ ବିଦେଶ

ପୁଣି ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌, ବିଟ୍‌ କଏନକୁ ନେଇ କରାଗଲା ଟ୍ଵିଟ୍‌ ପରେ କରାଗଲା ଡିଲିଟ

କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ । ବିଟ୍‌ କଏନକୁ ନେଇ କରାଗଲା ଟ୍ଵିଟ୍‌ । ଅଳ୍ପ ସମୟ ମଧ୍ୟରେ ଡିଲିଟ କରାଗଲା । ମଧ୍ୟରାତ୍ରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ଵିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା । ମାତ୍ର ଦୁଇ ମିନିଟ ପରେ ଟ୍ଵିଟକୁ ଡିଲିଟ କରାଯାଇଥିଲା । ପୂର୍ବ ଭଳି ଟ୍ଵିଟର ଆକାଉଣ୍ଟ ସୁରକ୍ଷିତ ଅଛି । ଟ୍ଵିଟ୍‌ କରି ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ମଧ୍ୟ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ ହୋଇଥିଲା। ତାଙ୍କ ବ୍ୟକ୍ତିଗତ ୱେବସାଇଟ୍‌ ଓ ମୋବାଇଲ୍‌ ଆପ୍‌କୁ ମଧ୍ୟ ୩  ସେପ୍ଟେମ୍ବର ୨୦୨୦ ସକାଳେ ହ୍ୟାକ୍‌ କରାଯାଇଥିବା ସୋସିଆଲ ମିଡିଆ ବିଶେଷଜ୍ଞମାନେ ସୂଚନା ଦେଇଥିଲେ

ଆକାଉଣ୍ଟକୁ ସୁରକ୍ଷିତ କରିବା ପାଇଁ ଓ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଟ୍ଵିଟର ପକ୍ଷରୁ ସ୍ପଷ୍ଟ କରିଯାଇଛି। ହ୍ୟାକ୍‌ ପରେ ବିଟ୍‌ କଏନ ଦାବି କରିଥିଲେ ହ୍ୟାକର୍ସ । ପିଏମ୍‌ ନ୍ୟାସନାଲ ରିଲିଫ୍‌ ପାଣ୍ଠିରୁ ହ୍ୟାକର୍ସ କୋଭିଡ-୧୯ ପାଇଁ କ୍ରିପ୍ଟୋ ମୁଦ୍ରା ଦାନ ମାଗିଥିଲେ । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ କୁ ନେଇ ଅଗଷ୍ଟ ୩୧ ତାରିଖରେ ମୋଦି ତାଙ୍କ ଟ୍ଵିଟରରେ ଶେଷ ଟ୍ଵିଟ୍‌ କରିଥିଲେ। ଗତ ଜୁଲାଇ ମାସରେ ବିଶ୍ୱର ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍‌ ହେବାପରି ଘଟଣା ସାମନାକୁ ଆସିଥିଲା।

 

ସୂଚନା ଥାଉକି, ଗତ କିଛି ଦିନ ତଳେ ବାରାକ ଓବାମା, ବିଲ୍ ଗେଟ୍ସ ଓ ଏଲୋନ୍ ମସ୍କଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ ସମାନ ଢଙ୍ଗରେ ହ୍ୟାକ୍ ହୋଇଥିଲା । ଯାହା ହେଉଛି ଏକ ହାଇ-ପ୍ରୋଫାଇଲ୍ ସୁରକ୍ଷାର ଉଲ୍ଲଂଘନ।

KNews Bureau

Recent Posts

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

25 mins ago

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

କଟକ (କେନ୍ୟୁଜ): ଫୁଟିଲା ବୋମା । ହାବିଲଦାର ମୃତ । କଟକ ସଦର ଥାନା କାଠଯୋଡ଼ି ନଦୀପଠାରେ କମିଶନରେଟ ପୋଲିସର…

42 mins ago

୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି, ୭ ଗୁରୁତର

ଗଜପତି (କେନ୍ୟୁଜ): ୨୦୦ ଫୁଟ ତଳକୁ ଖସିଲା ବିଦ୍ୟୁତ ବିଭାଗ ଗାଡି । ୭ ଜଣ ଗୁରୁତର ।ଗ ଜପତି…

51 mins ago

ସିକ୍କିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ୬ ମୃତ, ଫସିଛନ୍ତି ୧୫୦୦ ପର୍ଯ୍ୟଟକ

ସିକ୍କିମରେ ଲଗାତାର ବର୍ଷା ଯୋଗୁଁ ପରିସ୍ଥିତି ଖରାପ ହୋଇଛି । ଏଠାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଅତିକମରେ…

1 hour ago

ପ୍ରଥମ ରଜରେ ପୋଖରୀରେ ବୁଡି ମା-ଝିଅଙ୍କ ସଲିଳ ସମାଧି

ନବରଙ୍ଗପୁର (କେନ୍ୟୁଜ): ଆଜି ପହିଲି ରଜରେ ଗାଁଠୁ ସହର ସବୁଠି ଉତ୍ସାହ ଓ ଆନନ୍ଦର ମାହୋଲ । ହେଲେ ନବରଙ୍ଗପୁର…

2 hours ago

କୁଏତ ନିଆଁରେ ମୃତ୍ୟୁବରଣ କରିଥିବା ୪୫ ମୃତଦେହ ଭାରତରେ ପହଞ୍ଚିଲା, ପରିଚୟ ପାଇଁ ହେବ ଡିଏନଏ ଟେଷ୍ଟ

କୁଏତରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ୪୯ ମୃତକଙ୍କ ମଧ୍ୟରୁ ୪୫ ଭାରତୀୟ ବୋଲି ଜଣାପଡିଛି । ତେବେ ଏହି…

2 hours ago