କେନ୍ୟୁଜ୍(ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ । ବିଟ୍ କଏନକୁ ନେଇ କରାଗଲା ଟ୍ଵିଟ୍ । ଅଳ୍ପ ସମୟ ମଧ୍ୟରେ ଡିଲିଟ କରାଗଲା । ମଧ୍ୟରାତ୍ରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟ୍ଵିଟର ଆକାଉଣ୍ଟକୁ ହ୍ୟାକ କରାଯାଇଥିଲା । ମାତ୍ର ଦୁଇ ମିନିଟ ପରେ ଟ୍ଵିଟକୁ ଡିଲିଟ କରାଯାଇଥିଲା । ପୂର୍ବ ଭଳି ଟ୍ଵିଟର ଆକାଉଣ୍ଟ ସୁରକ୍ଷିତ ଅଛି । ଟ୍ଵିଟ୍ କରି ପିଏମ୍ଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହୋଇଥିଲା। ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ ଓ ମୋବାଇଲ୍ ଆପ୍କୁ ମଧ୍ୟ ୩ ସେପ୍ଟେମ୍ବର ୨୦୨୦ ସକାଳେ ହ୍ୟାକ୍ କରାଯାଇଥିବା ସୋସିଆଲ ମିଡିଆ ବିଶେଷଜ୍ଞମାନେ ସୂଚନା ଦେଇଥିଲେ
ଆକାଉଣ୍ଟକୁ ସୁରକ୍ଷିତ କରିବା ପାଇଁ ଓ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଟ୍ଵିଟର ପକ୍ଷରୁ ସ୍ପଷ୍ଟ କରିଯାଇଛି। ହ୍ୟାକ୍ ପରେ ବିଟ୍ କଏନ ଦାବି କରିଥିଲେ ହ୍ୟାକର୍ସ । ପିଏମ୍ ନ୍ୟାସନାଲ ରିଲିଫ୍ ପାଣ୍ଠିରୁ ହ୍ୟାକର୍ସ କୋଭିଡ-୧୯ ପାଇଁ କ୍ରିପ୍ଟୋ ମୁଦ୍ରା ଦାନ ମାଗିଥିଲେ । ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ କୁ ନେଇ ଅଗଷ୍ଟ ୩୧ ତାରିଖରେ ମୋଦି ତାଙ୍କ ଟ୍ଵିଟରରେ ଶେଷ ଟ୍ଵିଟ୍ କରିଥିଲେ। ଗତ ଜୁଲାଇ ମାସରେ ବିଶ୍ୱର ଅନେକ ପ୍ରମୁଖ ବ୍ୟକ୍ତିଙ୍କ ଟ୍ଵିଟର ଆକାଉଣ୍ଟ ହ୍ୟାକ୍ ହେବାପରି ଘଟଣା ସାମନାକୁ ଆସିଥିଲା।
ସୂଚନା ଥାଉକି, ଗତ କିଛି ଦିନ ତଳେ ବାରାକ ଓବାମା, ବିଲ୍ ଗେଟ୍ସ ଓ ଏଲୋନ୍ ମସ୍କଙ୍କ ପରି ଶକ୍ତିଶାଳୀ ବ୍ୟକ୍ତିଙ୍କ ଟ୍ୱିଟର ଆକାଉଣ୍ଟ ସମାନ ଢଙ୍ଗରେ ହ୍ୟାକ୍ ହୋଇଥିଲା । ଯାହା ହେଉଛି ଏକ ହାଇ-ପ୍ରୋଫାଇଲ୍ ସୁରକ୍ଷାର ଉଲ୍ଲଂଘନ।