୨୪ ଘଣ୍ଟା ଭିତରେ ୧୦ ଥର କରୋନା ଟିକା ଲଗାଇଲେ ଜଣେ ବ୍ୟକ୍ତି, ବିଶେଷଜ୍ଞ କହିଲେ- ବିପଦରେ ଜୀବନ!

ନୂଆଦିଲ୍ଲୀ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଯାହା ବର୍ତ୍ତମାନ ସାରା ବିଶ୍ୱରେ ଅନିଶ୍ଚିତତା ଏବଂ ଭୟ ସୃଷ୍ଟି କରିଛି। ଏହାରି ମଧ୍ୟରେ ଜଣେ ବ୍ୟକ୍ତି କରୋନା ଟିକାକୁ ନେଇ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଘଟଣାଟି ହେଉଛି ନ୍ୟୁଜିଲ୍ୟାଣ୍ଡରେ ଜଣେ ବ୍ୟକ୍ତି ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୦ ଥର କରୋନା ଟିକା ଲଗାଇଥିଲା ଜଣାପଡିଛି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏବିଷୟରେ ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ବିଶ୍ୱାସ କରାଯାଏ ଯେ ଏଥିପାଇଁ ବ୍ୟକ୍ତି ଜଣକ ଗୋଟିଏ ଦିନରେ ଅନେକ ଟୀକାକରଣ କେନ୍ଦ୍ର ଯାଇ ପ୍ରତ୍ୟେକ ଡୋଜ ନେବା ପାଇଁ ଟଙ୍କା ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏ ବିଷୟରେ ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଥିଲା । ଏହା ପରେ ମାମଲା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ସୂଚନା ପାଇବା ମାତ୍ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାକୁ ଗୁରୁତର ସହ ନେଇଛି । ସେ କହିଛନ୍ତି ଯେ ଆମେ ଏହି ପରିସ୍ଥିତିକୁ ନେଇ ବହୁତ ଚିନ୍ତିତ ଏବଂ ଉପଯୁକ୍ତ ଏଜେନ୍ସି ସହ କାର୍ଯ୍ୟ କରୁଛୁ। ଯଦି ଆପଣ କୌଣସି ବ୍ୟକ୍ତିଙ୍କ ବିଷୟରେ ଜାଣିଛନ୍ତି, ଯିଏ ଟୀକାକରଣର ଅଧିକ ମାତ୍ରାରେ ଗ୍ରହଣ କରିଛନ୍ତି, ସେମାନେ ଯଥାଶୀଘ୍ର ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍। ତେବେ ଘଟଣାଟି କେଉଁଠାରେ ଘଟିଛି ମନ୍ତ୍ରଣାଳୟ ନିଶ୍ଚିତ କରିବ ନାହିଁ ବୋଲି ସେ କହିଛନ୍ତି।

ଏହି ପ୍ରସଙ୍ଗରେ ଇମ୍ୟୁନାଇଜେସନ୍ ଆଡଭାଇଜରୀ ସେଣ୍ଟରର ମେଡିକାଲ୍ ନିର୍ଦ୍ଦେଶକ ତଥା ଅକଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ନିକ୍କି ଟର୍ନର କହିଛନ୍ତି ଯେ ଗୋଟିଏ ଦିନରେ ଏତେ ସଂଖ୍ୟକ ଟିକା ନେବା ବିଷୟରେ କୌଣସି ତଥ୍ୟ ନାହିଁ। ଏହା ନିଶ୍ଚିତ ଭାବେ ଠିକ୍ ନୁହେଁ। ଆମ ପାଖରେ କୌଣସି ପ୍ରମାଣ ନାହିଁ ଯେ ଏହି ଟୀକାକରଣର ମାତ୍ରାଧିକ ଗ୍ରହଣ କରିବା ପରେ ଜଣେ ବ୍ୟକ୍ତି କେଉଁ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟାର ସମ୍ମୁଖୀନ ହେବେ । ଏହା ଏକ ନିରାପଦ କାର୍ଯ୍ୟ ନୁହେଁ, ଏହି କାର୍ଯ୍ୟ ସେହି ବ୍ୟକ୍ତିଙ୍କୁ ବିପଦରେ ପକାଇ ଦେଇପାରେ ବୋଲି କୁହାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର କର୍ମୀମାନେ ଟିକା ନେଇଥିବା ଯୁବକଙ୍କୁ ଖୋଜୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.