ସାପ ସହିତ ଖେଳିବା ମାମଲାରେ ପ୍ରିୟଙ୍କାଙ୍କୁ ମିଳିଲା କ୍ଳିନ୍ ଚିଟ୍

ଲକ୍ଷ୍ନୋ : ଗତ ୨ ମଇରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସାପ ସହିତ ହନସାର ପୁରଓ୍ୱା ଗାଁରେ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହାକୁ ନେଇ କୌଣସି ମାମଲା ରୁଜୁ ହୋଇନଥିଲେ ମଧ୍ୟ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ଦ ପ୍ରିଭେନସନ୍ ଅଫ୍ କ୍ରୁଏଲିଟି ଟୁ ଏନିମଲ୍ ଏବଂ ଦ ୱାଇଲ୍ଡ ଲାଇଫ୍ ପ୍ରୋଟେକସନ୍ ଆକ୍ଟ ଜରିଆରେ ଡିଏମ୍ ଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଯାଞ୍ଚରେ ପ୍ରିୟଙ୍କା ଭଦ୍ରାଙ୍କୁ କ୍ଳିନଚିଟ୍ ଦିଆଯାଇଛି । ମାମଲାରେ ଦୁଇଜଣ ସାପ ଧରାଳୀଙ୍କ ବିରୋଧରେ ବନ ବିଭାଗ, ବିଭାଗୀୟ ମାମଲା ରୁଜୁ କରି ରିପୋର୍ଟ କୋର୍ଟକୁ ପଠାଇ ଦେଇଛନ୍ତି ।

ବନ ବିଭାଗ ଏସଡିଓ ବିଏମ୍ ଶୁକ୍ଳା ମାମଲାର ଯାଞ୍ଚ କରିଛନ୍ତି । ଅଭିଯୋଗ କରାଯାଇଥିଲା କି ପ୍ରିୟଙ୍କା ସାପକୁ ନିଜ ହାତରେ ଧରିଥିଲେ । ଡିଏମ୍ ନେହା ଶର୍ମା ମାମଲାରେ ବନ ବିଭାଗକୁ ଯାଞ୍ଚ କରି ତଦନ୍ତ କରିବାକୁ ଆଦେଶ ଦେଇଥିଲେ । ଗାଁ ଲୋକେ ପଚରାଉଚରା ସମୟରେ କହିଥିଲେ କି, ପ୍ରିୟଙ୍କା ୨ ମଇକୁ ନିର୍ବାଚନ ପ୍ରଚାର ସମୟରେ ଏଠାରେ କିଛି ସମୟରେ ରହିଥିଲେ । ଏହି ସମୟରେ ସାପ ଧରାଳୀମାନେ ସାପକୁ ଧରି ପ୍ରଦର୍ଶନୀ କରୁଥିଲେ । ଯାଞ୍ଚ ଅଧିକାରୀଙ୍କ କହିବା ଅନୁଯାୟୀ, କେଉଁଠି ବି ପ୍ରିୟଙ୍କାଙ୍କ ନାଁରେ କୌଣସି ମାମଲା ରୁଜୁ ହୋଇନାହିଁ । ଯାଞ୍ଚ ଅଧିକାରୀ ଦୁଇ ସାପ ଧରାଳୀଙ୍କୁ ନୋଟିସ୍ ଦେଇ ଜବାବ ମାଗିଥିଲେ। କିନ୍ତୁ ଜବାବ ନଦେବା କାରଣରୁ ଉଭୟଙ୍କ ବିରୋଧରେ ବିଭାଗୀୟ ମାମଲା ରୁଜୁ କରିଦିଆଯାଇଛି ।

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

2 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

53 mins ago