ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ୍‌ ଦସ୍ତାବିଜ , ସୁପ୍ରିମକୋର୍ଟରେ ବଡ଼ ତଥ୍ୟ ରଖିଲେ କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ୟୁଜ୍) : ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ୍‌ ଡିଲ୍‌ର ସମ୍ବେଦନଶୀଳ ଦସ୍ତାବିଜ୍‌। ସୁପ୍ରିମକୋର୍ଟଙ୍କୁ ଏସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଳ ଏନେଇ ଆଜି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ରାଫେଲ୍‌ ଡିଲ୍‌ର କିଛି ଫାଇଲ୍‌ ଚୋରି ହୋଇଛି। ଏନେଇ ତଦନ୍ତ ଚାଲିଛି। ଏହା ଏକ ଗୁରୁତର ଜାତୀୟ ସୁରକ୍ଷା ପ୍ରସଙ୍ଗ। ହିନ୍ଦୁ ଖବରକାଗଜରେ ପ୍ରକାଶିତ ତଥ୍ୟ ଅଫିସିଆଲ୍‌ ସିକ୍ରେଟ ଆକ୍ଟର ଉଲ୍ଲଂଘନ କରିଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆଟର୍ଣ୍ଣି ଜେନେରାଲ୍‌। ରାଫେଲ୍‌ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ନେଇ ମାମଲା ଦାୟର ହୋଇଥିଲା। ତାର ଆଜି ଶୁଣାଣି ବେଳେ ଦସ୍ତାବିଜ ଚୋରି ହୋଇଥିବା କହିଛନ୍ତି ଆଟର୍ଣ୍ଣି ଜେନେରାଲ୍‌।

ସେପଟେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ଏହି ମାମଲାରେ ତଦନ୍ତ କୋର୍ଟଙ୍କ ତତ୍ତ୍ୱାବଧାନରେ ହେଉ। ପୂର୍ବ ରାୟ ଦେବାବେଳେ କୋର୍ଟଙ୍କୁ ଠିକ୍‌ ତଥ୍ୟ ଦିଆଯାଇନଥିଲା। କିଛି ସମ୍ବେଦନଶୀଳତଥ୍ୟ କୋର୍ଟଙ୍କ ନଜରକୁ ଅଣାଯାଇନଥିଲା ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ରାଫେଲ୍‌ ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ।

KNews Bureau

Recent Posts

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

22 mins ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

24 mins ago

ଅଦ୍ୱିତୀୟ କାରିଗର ହରେକୃଷ୍ଣ ମହାରଣା, ଯାହାଙ୍କ ହାତର ସ୍ପର୍ଶରେ ମାଟି ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

28 mins ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

34 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

36 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

50 mins ago