Below header

ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ୍‌ ଦସ୍ତାବିଜ , ସୁପ୍ରିମକୋର୍ଟରେ ବଡ଼ ତଥ୍ୟ ରଖିଲେ କେନ୍ଦ୍ର ସରକାର

ଦିଲ୍ଲୀ(କେନ୍ୟୁଜ୍) : ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇଛି ରାଫେଲ୍‌ ଡିଲ୍‌ର ସମ୍ବେଦନଶୀଳ ଦସ୍ତାବିଜ୍‌। ସୁପ୍ରିମକୋର୍ଟଙ୍କୁ ଏସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ଆଟର୍ଣ୍ଣି ଜେନେରାଲ୍‌ କେ. କେ. ବେଣୁଗୋପାଳ ଏନେଇ ଆଜି ସୁପ୍ରିମକୋର୍ଟରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି, ରାଫେଲ୍‌ ଡିଲ୍‌ର କିଛି ଫାଇଲ୍‌ ଚୋରି ହୋଇଛି। ଏନେଇ ତଦନ୍ତ ଚାଲିଛି। ଏହା ଏକ ଗୁରୁତର ଜାତୀୟ ସୁରକ୍ଷା ପ୍ରସଙ୍ଗ। ହିନ୍ଦୁ ଖବରକାଗଜରେ ପ୍ରକାଶିତ ତଥ୍ୟ ଅଫିସିଆଲ୍‌ ସିକ୍ରେଟ ଆକ୍ଟର ଉଲ୍ଲଂଘନ କରିଛି ବୋଲି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଆଟର୍ଣ୍ଣି ଜେନେରାଲ୍‌। ରାଫେଲ୍‌ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର ନେଇ ମାମଲା ଦାୟର ହୋଇଥିଲା। ତାର ଆଜି ଶୁଣାଣି ବେଳେ ଦସ୍ତାବିଜ ଚୋରି ହୋଇଥିବା କହିଛନ୍ତି ଆଟର୍ଣ୍ଣି ଜେନେରାଲ୍‌।

rafelସେପଟେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ଏହି ମାମଲାରେ ତଦନ୍ତ କୋର୍ଟଙ୍କ ତତ୍ତ୍ୱାବଧାନରେ ହେଉ। ପୂର୍ବ ରାୟ ଦେବାବେଳେ କୋର୍ଟଙ୍କୁ ଠିକ୍‌ ତଥ୍ୟ ଦିଆଯାଇନଥିଲା। କିଛି ସମ୍ବେଦନଶୀଳତଥ୍ୟ କୋର୍ଟଙ୍କ ନଜରକୁ ଅଣାଯାଇନଥିଲା ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି। ପୂର୍ବରୁ ସୁପ୍ରିମକୋର୍ଟ ରାଫେଲ୍‌ ଦୁର୍ନୀତି ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.