ପୁଣି ଗଜପତି ଜିଲ୍ଲାକୁ ସଫଳତା, ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁଜନ୍‌ ଆଣ୍ଡ ସ୍କିଲ ଡେଭଲପ୍‌ମେଣ୍ଟରେ ପୁରସ୍କୃତ

ଗଜପତି(କେନ୍ୟୁଜ୍) : ପୁଣି ଗଜପତି ଜିଲ୍ଲାକୁ ସଫଳତା। ସମଗ୍ର ଦେଶରେ ୧୧୫ଟି ଅନୁନ୍ନତ ଜିଲ୍ଲାର ବିକାଶ ଧାରାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ ଡେଲ୍‌ଟା ର‍୍ୟାକିଙ୍ଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରାକୁ ନେଇ ପୁରସ୍କୃତ କରାଯାଇଛି । ୨୦୧୮ ନଭେମ୍ବର ଡିସେମ୍ବର ମଙ୍କସର ଡେଲ୍‌ଟା ର‍୍ୟାକିଙ୍ଗ୍‌ରେ ଓଡିଶାର ଗଜପତି ଜିଲ୍ଲା ଫାଇନାନ୍‌ସିଆଲ୍‌ ଇନ୍‌କ୍ଲୁଜନ୍‌ ଆଣ୍ଡ ସ୍କିଲ ଡେଭଲପ୍‌ମେଣ୍ଟରେ ପ୍ରଥମ ହୋଇଛି। ନୀତି ଆୟୋଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଏସ୍‌ଡିଜି ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାକୁ ମଧ୍ୟାହ୍ନରେ ପୁରସ୍କୃତ କରାଯାଇଛି । ଗଜପତି ଜିଲ୍ଲାପାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ପୂର୍ବରୁ ଜଳସେଚନ କ୍ଷେତ୍ରରେ ଗଜପତି ଜିଲ୍ଲା ନୀତି ଆୟୋଗ ପକ୍ଷରୁ ପୁରସ୍କୃତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.