Below header

Paytm ଆରମ୍ଭ କରିଛି ନୂଆ ସର୍ଭିସ, ଖାଦ୍ୟ ଅର୍ଡର କରିବା ଏବଂ ଫିଲ୍ମ ଦେଖିବାରେ ମିଳିବ ଜବରଦସ୍ତ କ୍ୟାସବ୍ୟାକ୍

ପେଟିଏମ୍ ଆମାଜନ ପ୍ରାଇମ୍ ଏବଂ ଫ୍ଲିପକାର୍ଟ ପ୍ଲସକୁ ଟକ୍କର ଦେବା ପାଇଁ ନିଜର ସକସ୍କ୍ରିପସନ ଲୋୟାଲ୍ଟୀ ପ୍ରୋଗ୍ରାମ ପେଟିଏମ ଫାର୍ଷ୍ଟକୁ ଲଞ୍ଚ କରିଛି। ଯାହର ସବୁଠୁ ବଡ ବିଶେଷତ୍ବ ହେଉଛି ଆପଣ ଗୋଟିଏ ଯାଗାରେ ଏଣ୍ଟରଟେନମେଣ୍ଟ, ସପିଂ ଏବଂ ଫୁଡ୍ ଭଳି ଆପର ଲାଭ ଉଠାଇ ପାରିବେ। ସୂଚନା ଅନୁଯାୟୀ ସବସ୍କାଇବର୍ସଙ୍କୁ ପେଟିଏମ୍ ଏବଂ ଏକ୍ସକ୍ଲ୍ୟୁସିଭ ବେନିଫିଟ୍ସ ର ଲାଭ ମିଳିବ। ଆସନ୍ତୁ ଜାଣିବା ଏହାର ଫାଇଦା।

ପେଟିଏମର ବର୍ଷକୁ ସବସ୍କ୍ରିପସନ ୭୫୦ ଟଙ୍କା ଅଟେ। ଏମିତିରେ ଯଦି ଆପଣ ଏହାର ସବସ୍କ୍ରିପସନ ନେଉଛନ୍ତି ତେବେ ଆପଣଙ୍କୁ ଏଥିରେ ୧୦୦ ଟଙ୍କାର ପେଟିଏମ୍ କ୍ୟାସବ୍ୟାକ୍ ମିଳିବ। ଅବଶ୍ୟ ଏହି କ୍ୟାସବ୍ୟାକ୍ ଆପଣଙ୍କୁ କିଛି ସମୟ ପାଇଁ ମିଳିବ। କମ୍ପାନୀ କହିଛି ପେଟିଏମ ଫାର୍ଷ୍ଟର ସବସ୍କାଇବର୍ସ ଯଦି ପେଟିଏମ ମଲରୁ ସପିଂ କରନ୍ତି ତେବେ ସେମାନଙ୍କୁ ଅନଲିମିଟେଡ୍ ଫ୍ରୀ ଏବଂ ପ୍ରାୟରିଟୀ ସପିଂର ସୁବିଧା ମିଳିବ।

paytm1ସେହିଭଳି କମ୍ପାନୀ ଏହା ମଧ୍ୟ କହିଛି ଯଦି ପେଟିଏମ୍ ଫାଷ୍ଟର ସବସ୍କାଇବରଙ୍କୁ ୧୨୦୦୦ ଟଙ୍କା ପର୍ଯ୍ୟନ୍ତ ଅଫର ଦିଆଯିବ। ଏମିତିରେ ଯଦି ଆପଣ uber ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ଏଥିରେ ୬୦୦୦ ଟଙ୍କା ଲାଭ ମିଳିବ। ଏହା ଛଡା ଯଦି ଆପଣ uber eatsରୁ ଖାଦ୍ୟ ଅର୍ଡର କରଛନ୍ତି ତେବେ ୨୪୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ।

ଯଦି ଆପଣ ପେଟିଏମ୍ ଫାର୍ଷ୍ଟର ସବସ୍କ୍ରାଇବର ଅଟନ୍ତି ଏବଂ ଯଦି ଆପଣ ମୁଭି ଟିକେଟ ବୁକ୍ କରନ୍ତି ତେବେ ଆପଣଙ୍କୁ ଏହା ପାଇଁ ୧୫୦୦ ଟଙ୍କା କ୍ୟାସବ୍ୟାକ୍ ମିଳିବ। ଯେଉଁଥିରେ ସବୁ ମାସ ଫିଲ୍ମ ଟିକେଟ ଉପରେ ୧୦୦ ଟଙ୍କାର କ୍ୟାସବ୍ୟାକ୍ ମଧ୍ୟ ସାମିଲ ରହିଛି। ନିକଟରେ କମ୍ପାନୀ ଏହା ଘୋଷଣା କରିଛି ଯେ ଏବେ ପେଟିଏମ୍ ଜରିଆରେ ମଧ୍ୟ ଇ-ଚାଲାଣ ଭରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.