Below header

ଏପରି ହୋଇଥାନ୍ତି ‘S’ ଅକ୍ଷରର ବ୍ୟକ୍ତି , ଏମାନଙ୍କ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣଙ୍କ ନାମର ପ୍ରଥମ ଅକ୍ଷର କଣ? ଏହା ପଚାରିବାର କାରଣ ଏହାର ପ୍ରଭାବ ଆପଣଙ୍କ ସ୍ବଭାବ ଓ ବ୍ୟକ୍ତିତ୍ବ ଉପରେ ପଡିଥାଏ । କିଛି ଅକ୍ଷର ଏମିତି ହୋଇଥାଏ ଯାହା ଆମ ଆଖପାଖ ବହୁତ ଲୋକଙ୍କ ନାମରେ ରହିଥାଏ ଏବଂ କିଛି ଅକ୍ଷର ଏମିତି ମଧ୍ୟ ରହିଥାଏ ଯାହା ବହୁତ କମ୍ ଲୋକଙ୍କ ନାମରେ ଶୁଣାଯାଇଥାଏ । ଯଦି ଆପଣଙ୍କ ଆଖପାଖରେ ‘S’ ଅକ୍ଷର ଥିବା ଲୋକ ବହୁତ ଅଛନ୍ତି ତେବେ ଆପଣଙ୍କୁ ଜାଣିବା ଦରକାର କି ପ୍ରକୃତରେ ଏମାନେ କେମିତି?

letterଅଙ୍କଜ୍ୟୋତିଷ ଅନୁସାରେ ‘S’ ଅକ୍ଷର ବ୍ୟକ୍ତିଙ୍କ ଗଣତି ୧ଅଙ୍କ ବରାବର ହୋଇଥାଏ । କୁହାଯାଏ କି ଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଜନ୍ମରୁ ନେତା ସ୍ବଭାବର ହୋଇଥାନ୍ତି । ସେମାନେ ଯେଉଁ କ୍ଷେତ୍ରରେ କାମ କରିଥାନ୍ତି ସେହି କ୍ଷେତ୍ରରେ ତାଙ୍କୁ ସଫଳତା ମିଳିଥାଏ ।

sଯେଉଁ ଲୋକଙ୍କ ନାମ ‘S’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବିଶ୍ବସ୍ତ ହୋଇଥାନ୍ତି । ରୋମାଣ୍ଟିକ୍ ହେବା ସହିତ ସେମାନଙ୍କ ବ୍ୟବହାର ବହୁତ ନେଚୁରାଲ ହୋଇଥାଏ । ସେ ସର୍ବଦା ଠିକ୍ ସମୟରେ ଠିକ୍ କଥା ପ୍ରକାଶ କରିଥାନ୍ତି ।

ସେମାନଙ୍କୁ ଅଧିକ ମହଙ୍ଗା ଗିଫ୍ଟି ଦେବାକୁ ଭଲ ଲାଗେ ନାହିଁ । ସେମାନେ ନିଜ ଭଲପାଇବା ଏବଂ ବ୍ୟବହାର ଦ୍ବାରା ଲୋକଙ୍କ ମନ ଜିତିନେଇଥାନ୍ତି । ସେମାନଙ୍କୁ ନିଜ କାମ ପାଇଁ ଅନ୍ୟଙ୍କୁ ଉଚିତ୍ ଜବାବ ଦେଇ ଆସିଥାଏ ।

ss‘S’ ଅକ୍ଷର ଲୋକମାନେ ନିଜ ସମ୍ପର୍କକୁ ଶେଷ ପର୍ଯ୍ୟନ୍ତ ପାଳନ କରିଥାନ୍ତି । ଯାହା ସହିତ ବି ସେ ରହିଥାନ୍ତି ତାର ସୁଖ ଦୁଃଖ ଉଭୟରେ ସାଥ ଦେଇଥାନ୍ତି । ସେମାନେ ହୃଦୟରୁ ବହୁତ ଭଲ ଏବଂ ବାହାରୁ ବହୁତ ଆକର୍ଷିତ ହୋଇଥାନ୍ତି । ଏମାନଙ୍କର ଗୋଟିଏ କମଜୋରୀ ହେଉଛି କି ଏମାନେ ନିଜ ଫିଲିଙ୍ଗସ୍ କୁ କାହା ଆଗରେ ଖୋଲିକି କହିପାରନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.