ପ୍ରଥମେ ଦୌଡାଇଲେ ପରେ ଆଲିଙ୍ଗନ କଲେ , ଫ୍ୟାନଙ୍କ ସହ ମଜାକ୍ କରୁଥବା ମାହିଙ୍କ ଭିଡିଓ ହେଲା ଭାଇରାଲ୍

ଆଗେ ଆଗେ ଧୋନୀ ଆଉ ପଛେ ପଛେ ଫ୍ୟାନ୍ । ପ୍ରଥମେ ଦୌଡାଇଲେ ଆଉ ପରେ ଆଲିଙ୍ଗନ କଲେ । କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଗତକାଲି ନାଗପୁରରେ । ଏହି ଦୃଶ୍ୟ ଆପଣ ବି ଦେଖିଲେ କହିବେ ନିଜ ଫ୍ୟାନଙ୍କ ମନ କେମିତି ଜିଣା ଯାଏ ତାହା ମାହିଙ୍କଠୁ ଅଧିକ କିଏ ବା ଜାଣେ । ଫିଲ୍ଡିଂ ପାଇଁ ଯେତେବେଳେ ଟିମ୍ ଇଣ୍ଡିଆ ମୈଦାନକୁ ଓହ୍ଲାଇଥିଲା ସେତେବେଳେ ଧୋନୀଙ୍କୁ ଦେଖି ଉତ୍ସାହିତ ହୋଇଯାଇଥିଲେ ଜଣେ ଫ୍ୟାନ୍ । ଆଉ ନିଜ ପ୍ରିୟ ଖେଳାଳିଙ୍କୁ ଦେଖାକରିବାକୁ ମୈଦାନକୁ ଚାଲିଆସିଥଲେ ଫ୍ୟାନ୍ ଜଣକ । ତେବେ ଏହା ପରେ ଯାହା ହେଲା ତାହା ଥିଲା ଅବିଶ୍ୱସନୀୟ ।

ଫ୍ୟାନଙ୍କୁ ନିଜ ଆଡକୁ ଆସୁଥିବାର ଦେଖି ଫିଲ୍ଡ ଭିତରେ ଦୌଡିବାକୁ ଲାଗିଲେ ଧୋନୀ । ଆଗେ ଆଗେ ଧୋନୀ । ଆଉ ପଛେ ପଛେ ଫ୍ୟାନ୍ । ଲାଗୁଥିଲା ମଜାକ୍ ମୁଡରେ ଥିଲେ ମାହି । ଏହି ଦୃଶ୍ୟ ଦେଖି ଗ୍ୟାଲେରୀ ଥିବା ଅନ୍ୟ ଦର୍ଶକ ମାନେ ମଧ୍ୟ ଚିୟର୍ କରିବାକୁ ଲାଗିଥିଲେ । ତେବେ ଧୋନୀ ଯେତେବେଳେ ଦେଖିଲେ ଯୁବକ ଜଣକ ଥକି ଆସିଲେଣି ସେତେବେଳେ ଷ୍ଟମ୍ପ ନିକଟରେ ଆସି ଛିଡା ହୋଇଗଲେ । ଏବଂ ଯୁବକ ଜଣକ ଆସି ଧୋନୀଙ୍କୁ ଆଲିଙ୍ଗନ କରିପକାଇଲେ । ଏହି ସମୟରେ ଖୁବ ଜୋରରେ ହସୁଥିଲେ ଧୋନୀ । ସୋସିଆଲ୍ ମିଡିଆରେ ଏହି ଭିଡିଓ ଏବେ ଜବରଦସ୍ତ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.