ରାହୁଲଙ୍କ ନିମନ୍ତ୍ରଣ କରିପାରେ ଆରଏସଏସ

ନୂଆଦିଲ୍ଲୀ : ଆସନ୍ତା ମାସରେ ଦିଲ୍ଲୀରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ତିନି ଦିନିଆ ଆଲୋଚନାଚକ୍ର । ଏଥିରେ ଯୋଗ ଦେବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଆମନ୍ତ୍ରଣ କରିପାରେ ଆର୍‌ଏସ୍‌ଏସ୍‌ । ସେହିପରି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ବି ଡାକିପାରେ ସଂଘ । ଏଯାଏଁ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ।

ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ବିଜ୍ଞାନ ଭବନରେ ଆର୍‌ଏସ୍‌ଏସ୍‌ର ଏହି କାର୍ଯ୍ୟକ୍ରମ ଚାଲିବ । ଏହାର ଶୀର୍ଷକ ରହିଛି ‘ଭାରତର ଭବିଷ୍ୟତ’ । ଏଠାରେ ଭବିଷ୍ୟତ ଭାରତର ପରିକଳ୍ପନା ଓ ସଂଘର ବିଚାରଧାରା ସମ୍ପର୍କରେ ଆଲୋଚନା କରିବେ ଆର୍‌ଏସ୍‌ଏସ୍‌ ସରସଂଘ ଚାଳକ ମୋହନ ଭାବଗତ । ସାମ୍ପ୍ରତିକ ସ୍ଥିତିରେ ଜାତୀୟ ସ୍ତରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ।

ନିଶ୍ଚିତ ପଢ଼ନ୍ତୁ: କାହିଁକି ହେଲା ପରାଜୟ? ଲଣ୍ଡନରେ ମତ ରଖିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଆର୍‌ଏସ୍‌ଏସ୍‌ ପ୍ରଚାରକ ଅରୁଣ କୁମାର କହିଛନ୍ତି, ଆଲୋଚନାଚକ୍ରକୁ ସମାଜର ବିଭିନ୍ନ ବର୍ଗରୁ ଲୋକଙ୍କୁ ଆମନ୍ତ୍ରଣ କରାଯିବ । ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ବିଭିନ୍ନ ଧର୍ମ ଓ ଆଦର୍ଶରେ ଅନୁପ୍ରାଣିତ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ବି ଆମନ୍ତ୍ରଣ କରାଯିବ ବୋଲି ସଂଘ କହିଛି । ଚଳିତ ବର୍ଷ ଜୁନ ମାସରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନାଗପୁରସ୍ଥିତ ଆର୍‌ଏସ୍‌ଏସ୍‌ର ମୁଖ୍ୟକାର୍ଯ୍ୟାଳୟ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ତାଙ୍କୁ ବହୁ ସମାଲୋଚନା ଶୀକାର ହେବାକୁ ପଡ଼ିଥିଲା ।

ଶାସକ ବିଜେପିର ଆଦର୍ଶଗତ ଗୁରୁ ଆର୍‌ଏସ୍‌ଏସକୁ ନିକଟରେ ରାହୁଲ ଗାନ୍ଧୀ ବିଦେଶରେ ସମାଲୋଚନା କରିଥିଲେ । ଦେଶର ସ୍ୱଭାବ ଓ ସମସ୍ତ ଅନୁଷ୍ଠାନକୁ ଆର୍‌ଏସ୍‌ଏସ୍‌ ବଦଳାଇବାକୁ ଉଦ୍ୟମ ଚଳାଇଛି ବୋଲି ରାହୁଲ କହିଥିଲେ। ଏହାକୁ ପ୍ରତିବାଦ କରି ଆର୍‌ଏସ୍‌ଏସ କହିଥିଲ ଯେ, ରାହୁଲ ଆର୍‌ଏସ୍‌ଏସ୍‌କୁ ଭଲ ଭାବରେ ବୁଝି ନାହାନ୍ତି କି ଦେଶକୁ ମଧ୍ୟ ଜାଣିପାରିନାହାନ୍ତି। ତେବେ ଏଭଳି ଏକ ସ୍ଥିତିରେ ଆର୍‌ଏସ୍‌ଏସ୍‌  ରାହୁଲଙ୍କୁ ନିମନ୍ତ୍ରଣ କରିବା ନେଇ ଚର୍ଚ୍ଚା ବେଶ୍‌ ଗୁରୁତ୍ୱ ବହନ କରୁଛି ।

 

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

5 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

11 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

41 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

48 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago