ଦେଶ ବିଦେଶ

ଦେଶରେ ୫ଟି ରାଜ୍ୟରୁ ହାରିବା ପରେ ଆସିଲା ରାହୁଲ ଗାନ୍ଧୀଙ୍କ ବଡ ବୟାନ; ଟ୍ୱିଟ କରି କହିଲେ ଏମିତି କଥା

ନୂଆଦିଲ୍ଲୀ : ଦେଶରେ ୫ଟି ରାଜ୍ୟରେ ହୋଇଥିବା ନିର୍ବାଚନ ଫଳାଫଳ ସକାଳୁ ଆସିବାରେ ଲାଗିଛି । ଏଭଳି ପରିସ୍ଥିତିରେ କେଉଁଠାରେ ସୁଖର ବାତାବରଣ ରହିଥିବା ବେଳେ ଅନ୍ୟ କେଉଁଠାରେ ପାର୍ଟି ଅଫିସରୁ ଦୁଃଖଦ ଖବର ଶୁଣିବାକୁ ମିଳୁଛି। ଏହାରି ମଧ୍ୟରେ ସ୍ପଷ୍ଟ ହୋଇଯାଇଛି କି ୫ ଟି ଯାକ ରାଜ୍ୟରେ ଲୋକମାନେ କଂଗ୍ରେସକୁ ପ୍ରତ୍ୟାଖାନ କରିଛନ୍ତି । ଏଭଳି ପରିସ୍ଥିତିରେ କଂଗ୍ରେସ ସବୁ ସ୍ଥାନରୁ ନିରାଶାର ସମ୍ମୁଖୀନ ହେଉଛି। ଏହି ସମୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଟ୍ୱିଟ କରି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଦଳର ପରାଜୟକୁ ଗ୍ରହଣ କରିଛନ୍ତି।

ସେ କହିଛନ୍ତି କି ମୁଁ ଜନମତକୁ ସ୍ୱିକାର କରୁଛି । ଏହାସହ ଏହି ୫ ଟି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଥିବା ଦଳମାନଙ୍କୁ ସେ ଶୁଭକାମନା ଜଣାଇଛନ୍ତି । ଅନ୍ୟପଟେ ନିର୍ବାଚନରେ ଲାଗିଥିବା ଦଳର ସମସ୍ତ କର୍ମୀ ଓ ନେତାମାନଙ୍କୁ ଧନ୍ୟବାଦ ଜଚ୍ଚାଇଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ଏହି ନିର୍ବାଚନ ଫଳାଫଳରୁ ଆମକୁ ଅନେକ କିଛି ଶିଖିବାକୁ ମିଳିଛି । ଏହାସହ ଆଗାମୀ ଦିନରେ ସେ ଦେଶର ଜନତାଙ୍କ ପାଇଁ ପୂର୍ବଭଳି କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ରିପୋର୍ଟ ମୁତାବକ ୟୁପିରେ କଂଗ୍ରେସ ମାତ୍ର ୨ ଟି ସିଟରେ ଆଗୁଆ ରହିଛି । ସେହିଭଳି ପଞ୍ଜାବରେ କଂଗ୍ରେସ ୧୩ ଟିରେ ବିଜୟଲାଭ କରିଥିବା ବେଳେ ମାତ୍ର ୫ ଟିରେ ଆଗୁଆ ରହିଛି । ସେହିପରି ଗୋଆରେ ୪୦ ଟି ଆସନ ମଧ୍ୟରୁ କଂଗ୍ରେସ ୮ ଟି ଜିତିଥିବା ବେଳେ ୩ ଟିରେ ଆଗୁଆ ରହିଛି । ମଣିପୁରରେ କଂଗ୍ରେସ ୩ ଟି ଆସନରେ ବିଜୟୀ ହୋଇଥିବା ବେଳେ ମାତ୍ର ୧ ଟି ଆସନରେ ଆଗୁଆ ରହିଛି । ସେହିଭଳି ୭୦ ଟି ଆସନରୁ କଂଗ୍ରେସକୁ ୪ ଟି ଆସନରେ ବିଜୟ ମିଳିଥିବା ବେଳେ ଏବେ ୧୫ ଟି ଆସନରେ ଆଗୁଆ ରହିଛି ।

ସୂଚନାଯୋଗ୍ୟ ଯେ ନିର୍ବାଚନରେ ​​ଏଥର ରାହୁଲ ଗାନ୍ଧୀ ୟୁପିରେ ପ୍ରଚାର ପାଇଁ ଅଧିକ ଦେଖା ଦେଇନାହାଁନ୍ତି। ତାଙ୍କ ସ୍ଥାନରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ୟୁପିର ପୁରା ନିୟନ୍ତ୍ରଣ ପରିଚାଳନା କରୁଥିଲେ। ଏହା ସତ୍ତ୍ୱେ ଦଳର ପ୍ରଦର୍ଶନରେ କୌଣସି ବିଶେଷ ପାର୍ଥକ୍ୟ ନଥିଲା।

 

Barsha

Recent Posts

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

18 seconds ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

20 mins ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

43 mins ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

53 mins ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

57 mins ago

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, କାଲି ତିହାର ଜେଲ୍‌ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ଝଟ୍‌କା । କୋର୍ଟରୁ ତାଙ୍କୁ ଆଶ୍ୱସ୍ତି ମିଳିନାହିଁ । କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ…

1 hour ago