ଦେଶ ବିଦେଶ

ରାହୁଲ ଗାନ୍ଧୀ କରିବେ କି ବିବାହ ? ଜାଣନ୍ତୁ କେବେ ଓ କାହାକୁ କରିବେ ବିବାହ, କ’ଣ କହିଲେ ରାହୁଳ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ସର୍ବଦା ଚାଲିଥାଏ ଚର୍ଚ୍ଚା । ସାଧାରଣ ଲୋକ ହୁଅନ୍ତୁ ବା ଦଳୀୟ କର୍ମକର୍ତ୍ତା, ସମସ୍ତେ ପଚାରିଥାନ୍ତି ରାହୁଳ ଗାନ୍ଧୀ କେବେ ବିବାହ କରିବେ । ଏବେ ନିଜେ ରାହୁଳ ଗାନ୍ଧୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେବେ କେହି ପ୍ରେମ କରୁଥିବା ସଠିକ ଝିଅ ମିଳିଯିବେ ସେତେବେଳେ ସେ ବିବାହ କରିବେ । ହେଲେ କ’ଣ ଆଜି ଆସିଯାଇଛନ୍ତି କି ତାଙ୍କର ମନର ମାନସୀ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ରାହୁଳ ଗାନ୍ଧୀ ।

ବିବାହ ବିଳମ୍ବ ହେବାର କାରଣ କହିଲେ

ରାହୁଳ ଏହା ମଧ୍ୟରେ ନିଜ ବିବାହ ବିଳମ୍ବର କାରଣ କହିଛନ୍ତି । ବିବାହ ବିଳମ୍ବ ହେବାର କାରଣ ତାଙ୍କ ମାତା-ପିତା ହିଁ ଅଟନ୍ତି । ୟୁ ଟୁବ୍‌ କୁ ଏକ ସାକ୍ଷାତକାର ଦେଇ ରାହୁଳ କହିଛନ୍ତି, ମାତା-ପିତା ଅର୍ଥାତ ରାଜୀବ ଓ ସୋନିଆଙ୍କ ଯୋଡି ଏତେ ସୁନ୍ଦର ହୋଇଛନ୍ତି ଓ ସେମାନଙ୍କ ପ୍ରେମ ଏତେ ସୁନ୍ଦର ଯେ ମୁଁ ସେହି କଥା ଚିନ୍ତା କଲାବେଳେ ପସନ୍ଦ ମୁତାବକ ଝିଅ ମୋ ନଜରକୁ ଆସୁ ନାହାଁନ୍ତି ।

ବିବାହ ବିରୋଧରେ ନାହିଁ

ମୁଁ ବିବାହ ବିରୋଧୀ ନୁହେଁ ବୋଲି କହିଛନ୍ତି ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ । ମୋ ମାତା-ପିତାଙ୍କ ଯୋଡି ଏତେ ସୁନ୍ଦର ଯେ ସେପରି ଝିଅ ପାଇଲେ ମୁଁ ନିଶ୍ଚିତ ବିବାହ କରିବି ।

ଖାଦ୍ୟ ପସନ୍ଦ

ରାହୁଲ ଏହି ଅବସରରେ ନିଜର ଖାଦ୍ୟ ଓ ବ୍ୟାୟାମ ସମ୍ପର୍କରେ ମଧ୍ୟ କହିଥିଲେ। ସେ ଖାଇବାରେ ନଖରା କରନ୍ତି ନାହିଁ ବୋଲି କହିଛନ୍ତି । ଭାରତ ଯୋଡ ଯାତ୍ରାରେ ଥିବା ବେଳେ ଯାହା କିଛି ମିଳେ ସେ ଖାଇ ନିଅନ୍ତି । ହେଲେ ତାଙ୍କୁ ମଟର ଓ ପଣସ ଆଦୌ ପସନ୍ଦ ନୁହେଁ ବୋଲି କହିଛନ୍ତି ।

ଘରେ କ’ଣ ଖାଆନ୍ତି ପ୍ରଶ୍ନର ଉତ୍ତରରେ , ରାହୁଲ କହିଥିଲେ-‘ ମଧ୍ୟାହ୍ନରେ ଦେଶୀ ଖାଦ୍ୟ ଓ ରାତିରେ କଣ୍ଟିନେଣ୍ଟାଲ ଭୋଜନ ପ୍ରସ୍ତୁତ ହୋଇଥାଏ । ସେ ଅଧିକ ଖାଇବାକୁ ପସନ୍ଦ କରନ୍ତି ନାହିଁ, ମିଠା ଖାଦ୍ୟ ଠୁ ଦୂରରେ ରୁହନ୍ତି ବୋଲି ରାହୁଳ କହିଥିଲେ । ’ ରାହୁଳ ଆହୁରି କହିଥିଲେ ଯେ ସେ ମାଂସହାରୀ ଅଟନ୍ତି । ଚିକେନ, ମଟନ ଓ ସାମୁଦ୍ରିକ ଦ୍ରବ୍ୟର ଭୋଜନ ବହୁତ ପସନ୍ଦ କରିଥାନ୍ତି ।

Niharanjan

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

12 mins ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

23 mins ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

24 mins ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

29 mins ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

34 mins ago

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ…

1 hour ago