ରାହୁଲ ଗାନ୍ଧୀ କରିବେ କି ବିବାହ ? ଜାଣନ୍ତୁ କେବେ ଓ କାହାକୁ କରିବେ ବିବାହ, କ’ଣ କହିଲେ ରାହୁଳ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିବାହକୁ ନେଇ ସର୍ବଦା ଚାଲିଥାଏ ଚର୍ଚ୍ଚା । ସାଧାରଣ ଲୋକ ହୁଅନ୍ତୁ ବା ଦଳୀୟ କର୍ମକର୍ତ୍ତା, ସମସ୍ତେ ପଚାରିଥାନ୍ତି ରାହୁଳ ଗାନ୍ଧୀ କେବେ ବିବାହ କରିବେ । ଏବେ ନିଜେ ରାହୁଳ ଗାନ୍ଧୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି । ଯେବେ କେହି ପ୍ରେମ କରୁଥିବା ସଠିକ ଝିଅ ମିଳିଯିବେ ସେତେବେଳେ ସେ ବିବାହ କରିବେ । ହେଲେ କ’ଣ ଆଜି ଆସିଯାଇଛନ୍ତି କି ତାଙ୍କର ମନର ମାନସୀ । ଆସନ୍ତୁ ଜାଣିବା କ’ଣ କହୁଛନ୍ତି ରାହୁଳ ଗାନ୍ଧୀ ।
ବିବାହ ବିଳମ୍ବ ହେବାର କାରଣ କହିଲେ
ରାହୁଳ ଏହା ମଧ୍ୟରେ ନିଜ ବିବାହ ବିଳମ୍ବର କାରଣ କହିଛନ୍ତି । ବିବାହ ବିଳମ୍ବ ହେବାର କାରଣ ତାଙ୍କ ମାତା-ପିତା ହିଁ ଅଟନ୍ତି । ୟୁ ଟୁବ୍ କୁ ଏକ ସାକ୍ଷାତକାର ଦେଇ ରାହୁଳ କହିଛନ୍ତି, ମାତା-ପିତା ଅର୍ଥାତ ରାଜୀବ ଓ ସୋନିଆଙ୍କ ଯୋଡି ଏତେ ସୁନ୍ଦର ହୋଇଛନ୍ତି ଓ ସେମାନଙ୍କ ପ୍ରେମ ଏତେ ସୁନ୍ଦର ଯେ ମୁଁ ସେହି କଥା ଚିନ୍ତା କଲାବେଳେ ପସନ୍ଦ ମୁତାବକ ଝିଅ ମୋ ନଜରକୁ ଆସୁ ନାହାଁନ୍ତି ।
ବିବାହ ବିରୋଧରେ ନାହିଁ
ମୁଁ ବିବାହ ବିରୋଧୀ ନୁହେଁ ବୋଲି କହିଛନ୍ତି ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ । ମୋ ମାତା-ପିତାଙ୍କ ଯୋଡି ଏତେ ସୁନ୍ଦର ଯେ ସେପରି ଝିଅ ପାଇଲେ ମୁଁ ନିଶ୍ଚିତ ବିବାହ କରିବି ।
ଖାଦ୍ୟ ପସନ୍ଦ
ରାହୁଲ ଏହି ଅବସରରେ ନିଜର ଖାଦ୍ୟ ଓ ବ୍ୟାୟାମ ସମ୍ପର୍କରେ ମଧ୍ୟ କହିଥିଲେ। ସେ ଖାଇବାରେ ନଖରା କରନ୍ତି ନାହିଁ ବୋଲି କହିଛନ୍ତି । ଭାରତ ଯୋଡ ଯାତ୍ରାରେ ଥିବା ବେଳେ ଯାହା କିଛି ମିଳେ ସେ ଖାଇ ନିଅନ୍ତି । ହେଲେ ତାଙ୍କୁ ମଟର ଓ ପଣସ ଆଦୌ ପସନ୍ଦ ନୁହେଁ ବୋଲି କହିଛନ୍ତି ।
ଘରେ କ’ଣ ଖାଆନ୍ତି ପ୍ରଶ୍ନର ଉତ୍ତରରେ , ରାହୁଲ କହିଥିଲେ-‘ ମଧ୍ୟାହ୍ନରେ ଦେଶୀ ଖାଦ୍ୟ ଓ ରାତିରେ କଣ୍ଟିନେଣ୍ଟାଲ ଭୋଜନ ପ୍ରସ୍ତୁତ ହୋଇଥାଏ । ସେ ଅଧିକ ଖାଇବାକୁ ପସନ୍ଦ କରନ୍ତି ନାହିଁ, ମିଠା ଖାଦ୍ୟ ଠୁ ଦୂରରେ ରୁହନ୍ତି ବୋଲି ରାହୁଳ କହିଥିଲେ । ’ ରାହୁଳ ଆହୁରି କହିଥିଲେ ଯେ ସେ ମାଂସହାରୀ ଅଟନ୍ତି । ଚିକେନ, ମଟନ ଓ ସାମୁଦ୍ରିକ ଦ୍ରବ୍ୟର ଭୋଜନ ବହୁତ ପସନ୍ଦ କରିଥାନ୍ତି ।