ରାଜସ୍ଥାନରେ କାହାର ହେବ ରାଜତିଲକ, ଅଶୋକ ଗେହଲଟ୍‌ ନା ସଚିନ ପାଇଲଟ୍‌

ରାଜସ୍ଥାନ(କେନ୍ୟୁଜ୍) : ରାଜସ୍ଥାନରେ କାହାର ହେବ ରାଜତିଲକ । ଅଶୋକ ଗେହଲଟ୍‌ ନା ସଚିନ ପାଇଲଟ୍‌ । କାହାକୁ ମୁଖ୍ୟମନ୍ତ୍ରୀ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏନେଇ ଆଜି ଦିଲ୍ଲୀରେ ଦୁଇ ନେତା ରାହୁଲଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ। ରାଜସ୍ଥାନରେ ସରକାର ଗଢ଼ିବ କଂଗ୍ରେସ । ଗତକାଲି ଏକ ପ୍ରତିନିଧି ଦଳ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି । ରାଜସ୍ଥାନ ବିଧାନସଭାର ୧୯୯ ଆସନରୁ କଂଗ୍ରେସ ଏକାକୀ ୯୯ ସିଟ୍‌ରେ ବିଜୟୀ ହୋଇଛି ।

ମ୍ୟାଜିକ୍‌ ନମ୍ବର ଶହେଠାରୁ ଗୋଟିଏ ଆସନରେ ପଛରେ ରହିଗଲା କଂଗ୍ରେସ । ତେବେ କଂଗ୍ରେସର ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ ବା ଆର୍‌ଏଲ୍‌ଡିର ସମର୍ଥନରେ ଦଳ ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିଛି । ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ? ଅଶୋକ ଗେହଲଟ୍‌ ନା ସଚିନ ପାଇଲଟ୍‌, ତାକୁ ନେଇ ସସପେନ୍ସ ଲାଗି ରହିଛି । ଗତକାଲି ବିଧାୟକ ଦଳର ବୈଠକରେ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ମତାମତ ନିଆଯାଇଛି । ତେବେ ନିଷ୍ପତ୍ତି ରାହୁଲ ଗାନ୍ଧିଙ୍କ ଉପରେ ଛାଡ଼ିଛନ୍ତି ରାଜସ୍ଥାନର କଂଗ୍ରେସ ବିଧାୟକ।

KNews Bureau

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

7 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

9 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

17 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

42 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

51 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago