ରାଜସ୍ଥାନରେ କାହାର ହେବ ରାଜତିଲକ, ଅଶୋକ ଗେହଲଟ୍‌ ନା ସଚିନ ପାଇଲଟ୍‌

ରାଜସ୍ଥାନ(କେନ୍ୟୁଜ୍) : ରାଜସ୍ଥାନରେ କାହାର ହେବ ରାଜତିଲକ । ଅଶୋକ ଗେହଲଟ୍‌ ନା ସଚିନ ପାଇଲଟ୍‌ । କାହାକୁ ମୁଖ୍ୟମନ୍ତ୍ରୀ କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଏନେଇ ଆଜି ଦିଲ୍ଲୀରେ ଦୁଇ ନେତା ରାହୁଲଙ୍କୁ ଭେଟି ଆଲୋଚନା କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ। ରାଜସ୍ଥାନରେ ସରକାର ଗଢ଼ିବ କଂଗ୍ରେସ । ଗତକାଲି ଏକ ପ୍ରତିନିଧି ଦଳ ରାଜ୍ୟପାଳ କଲ୍ୟାଣ ସିଂହଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି । ରାଜସ୍ଥାନ ବିଧାନସଭାର ୧୯୯ ଆସନରୁ କଂଗ୍ରେସ ଏକାକୀ ୯୯ ସିଟ୍‌ରେ ବିଜୟୀ ହୋଇଛି ।

rahul-gandhiମ୍ୟାଜିକ୍‌ ନମ୍ବର ଶହେଠାରୁ ଗୋଟିଏ ଆସନରେ ପଛରେ ରହିଗଲା କଂଗ୍ରେସ । ତେବେ କଂଗ୍ରେସର ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ ବା ଆର୍‌ଏଲ୍‌ଡିର ସମର୍ଥନରେ ଦଳ ସରକାର ଗଢ଼ିବାକୁ ଦାବି ଉପସ୍ଥାପନ କରିଛି । ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ? ଅଶୋକ ଗେହଲଟ୍‌ ନା ସଚିନ ପାଇଲଟ୍‌, ତାକୁ ନେଇ ସସପେନ୍ସ ଲାଗି ରହିଛି । ଗତକାଲି ବିଧାୟକ ଦଳର ବୈଠକରେ ଆଲୋଚନା କରାଯାଇଥିଲା । ସମସ୍ତଙ୍କ ମତାମତ ନିଆଯାଇଛି । ତେବେ ନିଷ୍ପତ୍ତି ରାହୁଲ ଗାନ୍ଧିଙ୍କ ଉପରେ ଛାଡ଼ିଛନ୍ତି ରାଜସ୍ଥାନର କଂଗ୍ରେସ ବିଧାୟକ।

Leave A Reply

Your email address will not be published.