Below header

ସବୁଠୁ ହି˚ସ୍ର କୁକୁର ‘ରଟ୍ଵିଲର୍’ ଏବେ ଓଡ଼ିଶା ପୋଲିସ ବିଭାଗରେ

ଭୁବନେଶ୍ବର(କେନ୍ୟୁଜ୍): ଏଣିକି ନକ୍ସଲ୍ କିମ୍ବା ଅନ୍ୟ ଅପରାଧୀକ ମାମଲାର ତଦନ୍ତ ପ୍ରକ୍ରିୟାରେ ‘ରଟ୍ଵିଲର୍’କୁକୁରଙ୍କୁ ବ୍ୟବହାର କରାଯିବ। କ୍ରାଇମବ୍ରାଞ୍ଚ ପ୍ରଥମ ଥର ଏଭଳି ପ୍ରଜାତିର ୩ଟି କୁକୁର କିଣିଛି । ଭାରତର ଆନ୍ତର୍ଜାତିକ ସୀମାରେ ଜଗୁଥିବା ସବୁଠୁ ହି˚ସ୍ର କୁକୁର ‘ରଟ୍ଵିଲର୍’ ଏବେ ଓଡ଼ିଶା ପୋଲିସ ବିଭାଗକୁ ଆସିଛି। ଭାରତରେ କୌଣସି ରାଜ୍ୟ ପ୍ରଥମ ଥର ପାଇଁ ନିଜ ପୋଲିସ ସେବାରେ ଏହି ପ୍ରଜାତିର କୁକୁରଙ୍କୁ ବ୍ୟବହାର କରିଛି । ପୋଲିସ ପଡ଼ିଆରେ ସେମାନଙ୍କୁ ଏବେ ବିଭିନ୍ନ ପ୍ରକାରର ତାଲିମ ଦିଆଯାଉଛି। ପ୍ରଥମ ପର‌୍ୟ୍ୟାୟରେ ଚାଲିଥିବା ତାଲିମ ଶେଷ ହେବା ପରେ ବିଭାଗ ଚୟନ କରାଯିବ । ତେବେ କେସିଆଇ ପଞ୍ଜିକୃତ ସ˚ସ୍ଥାରୁ କ୍ରାଇମବ୍ରାଞ୍ଚ ଏବେ ତିନିଟି ‘ରଟ୍ଵିଲର୍’ କୁକୁରଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟରେ କିଣିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.