Below header

ମାଲକାନଗିରି ବନବିଭାଗର ବଡ ସଫଳତା, ବଜ୍ରକାପ୍ତା ଚୋରାଚାଲାଣ ବେଳେ ୭ ଗିରଫ

ମାଲକାନଗିରି(କେନ୍ୟୁଜ୍) : ଧରାପଡିଲା ବଜ୍ରକାପ୍ତା ଚୋରାଚାଲାଣ ର‍୍ୟାକେଟ। ମାଲକାନଗିରି ବନବିଭାଗକୁ ଦୀର୍ଘ ଦିନ ପରେ ଏହି ସଫଳତା ମିଳିଛି। ଏମଭି-୧୦ ଗାଁରେ ବଜ୍ରକାପ୍ତା ଚୋରାଚାଲାଣ ପାଇଁ ଯୋଜନା ଚାଲିଥିବାବେଳେ ଖବର ପାଇ ଜଙ୍ଗଲ ବିଭାଗ ଚଢାଉ କରିଥିଲା।

jail୭ ଜଣଙ୍କୁ ଗିରଫ କରାଯିବା ସହ ଏକ ୧୨ କେଜିର ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଏହି ବଜ୍ରକାପ୍ତାକୁ ବିଦେଶ ଏବଂ ଥାଇଲାଣ୍ଡକୁ ଚାଲାଣ କରାଯାଉଥିଲା। ଏଥିରେ ଦୁରାରୋଗ୍ୟ ଚିକିତ୍ସା ହୋଇପାରୁଥିବାରୁ ଏହାର ଚାହିଦା ଅଧିକ ରହିଛି। ଜିଲ୍ଲାରେ ବଜ୍ରକାପ୍ତା ଚୋରା ଚାଲାଣ ର‍୍ୟାକେଟ ସକ୍ରିୟ ଥିବାବେଳେ ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.