ବୌଦ୍ଧ ଚାରିଛକ ମାର୍ଦ୍ଦିଙ୍ଗ ଠାରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ , ଜଣେ ମୃତ

ବୌଦ୍ଧ(କେନ୍ୟୁଜ୍) : ପୁଣି ବସ୍‌ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟିଲା ବସ୍‌। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୌଦ୍ଧ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ନୂଆପଡ଼ା ଅଞ୍ଚଳର ଶାରଦା ବଳ । ଜୟ ମାତାଦି ନାମକ ଏକ ଘରୋଇ ବସ୍‌ଟି କଟକରୁ ଖରିଆର ଆସୁଥିବାବେଳେ ବୌଦ୍ଧ ଚାରିଛକ ମାର୍ଦ୍ଦିଙ୍ଗ ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ବସ୍‌ଟିରେ ଥିବା ୩୦ଜଣ ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.