ଏକାଦଶ ଯାଏଁ ପଢିଥିବା କୃଷକ ବନାଇଲେ ପାଞ୍ଚଟି ମେସିନ, ବାର୍ଷିକ ଆୟ ଦୁଇ କୋଟିରୁ ଊର୍ଦ୍ଧ୍ୱ

ପଢାଲେଖା କରିବା ଜରୁରୀ କିନ୍ତୁ ପାଠପଢି ଜଣେ ସଫଳ ହୋଇପାରିବ ତାର ଗ୍ୟାରେଣ୍ଟି ଆମେ ଦେଇପାରିବା ନାହିଁ। ଇନୋଭେସନ ପାଇଁ କୌଣସି ଡ଼ିଗ୍ରୀର ଆବଶ୍ୟକତା ହୋଇନଥାଏ, ଆବଶ୍ୟକ ହୋଇଥାଏ କେବଳ ଏକ ପ୍ରେରଣାର ଏକ ଆଗ୍ରହର । ରାଜସ୍ଥାନ ଯୋଧପୁରର ଏକ ଗ୍ରାମ ହେଉଛି ରାମପୁରା ମଥାନିୟା । ଏହି ଗ୍ରାମରେ ବାସ କରନ୍ତି ଅରବିନ୍ଦ ସାଙ୍ଖଲା । ଅରବିନ୍ଦ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି ଓ ପେସାରେ ସେ ଜଣେ କୃଷକ ଅଟନ୍ତି । ବୃତ୍ତିକୁ ଉନ୍ନତ କରିବା ପାଇଁ ସେ ନିଜ ବୁଦ୍ଧି ଖଟାଇ ତିଆରି କରିଛନ୍ତି ପାଞ୍ଚୋଟି ମେସିନ । ଏହି ମେସିନ କେବଳ ତାଙ୍କୁ ନୁହେଁ ବରଂ ସହ ସହ ଚାଷୀଙ୍କୁ ଲାଭ ଯୋଗାଉଛି । ଆଜି ଅରବିନ୍ଦ ନିଜର ଏହି ମେସିନ ବଳରେ ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ।

ସୂଚନା ଅନୁଯାୟୀ ଯୋଧପୁରର ମଥାନିୟା ଓ ତାର ଆଖପାଖ ଗ୍ରାମ ଲଙ୍କା ଚାଷ ପାଇଁ ପ୍ରସିଦ୍ଧ । ଏହି ଅଂଚଳର ଲଙ୍କା ବହୁତ ଫେମସ କିନ୍ତୁ ମୋନୋକ୍ରୋପିଙ୍ଗ କାରଣରୁ ଏହି ଅଂଚଳରେ ଲଙ୍କା କ୍ଷେତରେ ରୋଗ ପୋକର ଦୌରାତ୍ମ୍ୟ ବଢ଼ିବାରେ ଲାଗିଲା । ଏପରି ସ୍ଥଳେ ଅରବିନ୍ଦ ଓ ଅନ୍ୟ କେତେଜଣ କୃଷକ ଗାଜର ଚାଷ କରିବା ପାଇଁ ଭାବିଲେ । କୃଷକ ମାନଙ୍କର ଏହି ଚେଷ୍ଟା ଦିନେ ସଫଳ ହେଲା ଏବଂ ପ୍ରତିଦିନ ଗ୍ରାମରୁ ୨୦ ରୁ ୨୫ ଟ୍ରକ ଗାଜର ରପ୍ତାନି ହୋଇଥାଏ କିନ୍ତୁ ସେମାନଙ୍କୁ ଏକ ସମସ୍ୟା ହେଉଥିଲା । ସମସ୍ୟାଟି ହେଉଛି ଗାଜରର ମୂଳରେ ଅଧିକ ରୋମ ରହୁଥିବା କାରଣରୁ ବଜାରରେ ଏହାର ଦର ବହୁତ କମ ହେଉଥିଲା ।

ଏହା ହେଉଛି ୧୯୯୨ ମସିହାର କଥା । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାଷୀ ଅରବିନ୍ଦ ସାଙ୍ଖଲାଙ୍କ ମୁଣ୍ଡରେ ଏକ ଉପାୟ ଜୁଟିଲା । ସେ ଗାଜରର ମୂଳ ସଫା କରିବା ପାଇଁ ନିଜର ବୁଦ୍ଧି ଖଟାଇ ଏକ ମେସିନ ପ୍ରସ୍ତୁତ କଲେ ଯାହାକି ଗ୍ରାମର ଅନ୍ୟ ଚାଷୀ ମାନଙ୍କୁ ବହୁତ ପସନ୍ଦ ଆସିଲା । ଏହାପରେ କୃଷକରୁ ଇନୋଭେଟର ବନିଥିବା ଅରବିନ୍ଦ ସାଙ୍ଖଲାଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଚାଷ ସହ ଜଡିତ ଏପରି ୫ଟି ମେସିନ ଇନୋଭେଟ କରିସାରିଛନ୍ତି ଯାହାର ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ଆଜି ଅରବିନ୍ଦଙ୍କର ବାର୍ଷିକ ଟର୍ଣ୍ଣଓଭର ୨ କୋଟିରେ ପହଂଚିଛି ।

ଅରବିନ୍ଦ ସାଙ୍ଖଲାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମେସିନ ଗୋଟେ ଥରରେ ପ୍ରାୟ ଦୁଇ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଗାଜର ସଫା କରୁଥିଲା ଓ ଥରେ ସଫା କରିବା ପାଇଁ ୧୫ ମିନିଟ ସମୟ ଲାଗୁଥିଲା । ଏହିପରି ଭାବେ ଘଣ୍ଟାକୁ ସେ ପ୍ରାୟ ୮ କ୍ୱିଣ୍ଟାଲ ଗାଜର ସଫା କରୁଥିଲେ । ଅରବିନ୍ଦଙ୍କ କହିବା ଅନୁଯାୟୀ ଗାଜର ସଫା କରିବା ପାଇଁ ସେ ଦୁଇଟି ମେସିନ ପ୍ରସ୍ତୁତ କରିଥିଲେ । ପ୍ରଥମ ମେସିନକୁ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଇପାରେ କିନ୍ତୁ ଦ୍ଵିତୀୟ ମେସିନ ମୁଭେବୁଲ ନୁହେଁ । ଏହି ମେସିନ ଗାଜରର ମୂଳକୁ ସଫା କରିବା ସହିତ ଏହାକୁ ଧୋଇ ବଜାରକୁ ନେଇଯିବା ପାଇଁ ମଧ୍ୟ ପ୍ରସ୍ତୁତ କରିଦେଇଥାଏ । ଅରବିନ୍ଦଙ୍କ ପ୍ରସ୍ତୁତ ମେସିନର ମୂଲ୍ୟ ୪୦,୫୦୦ ଏବଂ ୬୩,୫୦୦ ଟଙ୍କା ଅଟେ । ଏହାସହିତ କୃଷି ବିଭାଗ ତାଙ୍କ ମେସିନ ଉପରେ ୪୦ ପ୍ରତିଶତ ଅନୁଦାନ ମଧ୍ୟ ଦେଉଛି ଯାହାଦ୍ୱାରା ଚାଷୀମାନେ ଟିକିଏ ଆଶ୍ଵସ୍ତ ହୋଇଛନ୍ତି ।

ଅରବିନ୍ଦ ଗାଜର ସଫା କରୁଥିବା ମେସିନ ବ୍ୟତୀତ ରସୁଣ ଚାଷ ପାଇଁ ଏକ ଲୋରିଂ ଓ ଏକ କୁଲି ମେସିନ ମଧ୍ୟ ବନାଇଛନ୍ତି । ଯାହାଦ୍ୱାରା ଦିନକୁ ରସୁଣ କ୍ଷେତରୁ ୧୦୦ ରୁ ୨୦୦ କେଜି ରସୁଣ ବାହାର କରୁଥିବା ଚାଷୀ ଆରାମରେ ୨ କ୍ୱିଣ୍ଟାଲ ପର୍ଯ୍ୟନ୍ତ ରସୁଣ ଉତ୍ପାଦନ କରିପାରିବେ । ସେହିପରି ଆବଶ୍ୟକତାକୁ ଆଖି ଆଗରେ ରଖି ସେ ପୋଦିନା ଫସଲ ପାଇଁ ମଧ୍ୟ ଏକ ମେସିନ ପ୍ରସ୍ତୁତ କରିଛନ୍ତି ଯାହା ପୋଦିନା ଗଛରୁ ତାର ପତ୍ର ଅଲଗା କରିବା ପାଇଁ ବ୍ୟବହାର କରାଯାଇଥାଏ । ଏହି ମେସିନ ଦ୍ୱାରା ଏକ ଘଂଟାରେ ଶୁଖିଲା ପୋଦିନା, ଧନିଆ ଏବଂ ମେଥିର ୩୦ କିଲୋଭଳି ୩୦ ବସ୍ତା ପ୍ରସ୍ତୁତ ହୋଇଯାଇଥାଏ । ଏହାସହିତ ମଥାନିୟା ଲଙ୍କା ପାଇଁ ମଧ୍ୟ ଅରବିନ୍ଦ ଏକ ମେସିନ ପ୍ରସ୍ତୁତ କରିଛନ୍ତି । ଯେଉଁ ମେସିନ ସାହାଯ୍ୟରେ ଘଣ୍ଟାକୁ ୨୫୦ କେଜି ଲଙ୍କା ସଫା କରାଯାଇପାରିବ । ଏହିସବୁ ମେସିନ କେବଳ ଅରବିନ୍ଦ ନୁହେଁ ବରଂ ଅନେକ କୃଷକଙ୍କ ପାଇଁ ପାଲଟିଛି ରୋଜଗାରର ପନ୍ଥା । ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ମଧ୍ୟ ଆଜି ଅରବିନ୍ଦ ସାରା କୃଷକ ଜାତି ପାଇଁ ସାଜିଛନ୍ତି ଏକ ବଡ଼ ଉଦାହରଣ ।

KNews Bureau

Recent Posts

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

22 seconds ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

3 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

10 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

24 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

1 hour ago