ଦେଶ ବିଦେଶ

ଦୀପାବଳି ପୂର୍ବରୁ ସାମ୍ନାକୁ ଆସିଲା ଭବ୍ୟ ରାମ ମନ୍ଦିରର ରାତ୍ରି ସମୟର ଦୃଶ୍ୟ, ଫଟୋ ସେୟାର କଲା ମନ୍ଦିର ଟ୍ରଷ୍ଟ୍‍

ଅଯୋଧ୍ୟାରେ ପୂର୍ଣ୍ଣାଙ୍ଗ ରାମ ମନ୍ଦିର ନିର୍ମାଣକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାମ ଭକ୍ତ। ବର୍ତ୍ତମାନ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରିବେ।

ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଅତିଥି ରୂପେ ପିଏମ୍‌ ମୋଦିଙ୍କୁ ଆମନ୍ତ୍ରଣ କରିଛି ମନ୍ଦିର ସଂସ୍ଥା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସମୟ ସମୟରେ ଏହାର ଫଟୋଗୁଡ଼ିକ ମଧ୍ୟ ସାମ୍ନାକୁ ଆସୁଛି।

ବର୍ତ୍ତମାନ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରର ରାତ୍ରି ସମୟର ଫଟୋ ସେୟାର କରିଛି। ଟ୍ରଷ୍ଟ ଏହା ସହିତ ଲେଖିଛି ଯେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳରେ ରାତିରେ ନିଆଯାଇଥିବା ଫଟୋ’। ଏହି ଫଟୋରେ ମନ୍ଦିର ବହୁତ ସୁନ୍ଦର ଏବଂ ଭବ୍ୟ ଦେଖାଯାଉଛି। ଦୀପାବଳି ପୂର୍ବରୁ ସାମ୍ନାକୁ ଆସିଥିବା ଏହି ଫଟୋ ଅତ୍ୟନ୍ତ ଆକର୍ଷଣୀୟ ରହିଛି।

ସେପଟେ ଦୀପାବଳି ଅବସରରେ ରାମ ନଗରୀ ଅଯୋଧ୍ୟାରେ ୨୧ ଲକ୍ଷରୁ ଅଧିକ ଦୀପ ଜାଳିବାକୁ ପ୍ରସ୍ତୁତି ଚାଲିଛି। ନଭେମ୍ବର ୧୧ରେ ଏଠାରେ ଦୀପୋତ୍ସବ ଆୟୋଜନ ହେବ। ଏଥିପାଇଁ ପ୍ରଶାସନ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୁତାବକ, ପାରମ୍ପରିକ ନାଗର ଶୈଳୀରେ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରର ଲମ୍ବ ୩୦୮ ଫୁଟ, ଚଉଡ଼ା ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିବ।

Roshni

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

3 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

6 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

6 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

6 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

6 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

7 hours ago