ସ୍ପେଶାଲ

ଜାଣନ୍ତୁ ସ୍କାଏ ବସ୍ କ’ଣ ? ଭାରତରେ କେବେ ଆରମ୍ଭ ହେବ ଏହି ଯୋଜନା

ଆପଣମାନେ ସବୁବେଳେ ସାଧାରଣ ବସରେ ନିଶ୍ଚିତ ଯିବା ଆସିବା କରୁଥିବେ । କିନ୍ତୁ ଏବେ ଭାରତରେ ସ୍କାଏ ବସ୍ ବିଷୟରେ ଆଲୋଚନା ଆରମ୍ଭ ହୋଇଛି । ଭାରତର କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ଦେଶରେ ସ୍କାଏ ବସ୍ ବ୍ୟବସ୍ଥା ଶୀଘ୍ର ଆରମ୍ଭ କରାଯାଉ । ଏହା କହି ସେ ତାଙ୍କ ସ୍ୱଇଚ୍ଛା ପ୍ରକାଶ କରିଛନ୍ତି । କିଛି ଦିନ ପୂର୍ବରୁ ଏକ ଭିଡିଓ ଆସିଥିଲା ଯେଉଁଥିରେ ସେ ସ୍କାଏ ବସ୍ ପ୍ରୋଜେକ୍ଟ ଦେଖୁଥିବାର ନଜର ଆସିଥିଲେ ।

ଏହି ବସ୍‌ ଦିଲ୍ଲୀ ଓ ଗୁରୁଗ୍ରାମ ମଧ୍ୟରେ ଚାଲିବ ବୋଲି ଅନୁମାନ କରାଯାଉଛି । ତେବେ ଯଦି ଏହା ଆରମ୍ଭ ହେଉଛି ତାହେଲେ ଟ୍ରାଫିକ୍ ସମସ୍ୟା କମ ଦେଖିବା ପାଇଁ ମିଳିବ । ଆପଣମାନେ ଏପରି କିଛି ଚିନ୍ତା କରିଛନ୍ତି କି କେବେ ଭାରତରେ ଏହାର ଆରମ୍ଭ  ହୋଇଥିଲା ? ଏପରି କୌଣସି ଯୋଜନା ପୂର୍ବରୁ ସରକାର ତିଆରି କରିଛନ୍ତି କି ? ସ୍କାଏ ବସ୍ କିପରି କାମ କରେ ? ଏହାକୁ ନେଇ ଆପଣଙ୍କ ପାଖରେ ଅନେକ ପ୍ରଶ୍ନ ଥିବା । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ ଯେ ଏହି ବସ୍‌ କ’ଣ ଓ କେବେ ଠାରୁ ଚାଲିବା ଆରମ୍ଭ ହୋଇଥିଲା ଏବଂ ଭାରତରେ କେବେ ଚାଲିବା ଆରମ୍ଭ ହେବ ।

ସ୍କାଏ ବସ୍ କ’ଣ ?
ମେଟ୍ରୋ ପରି ସ୍କାଏ ବସ୍ ଏକ ଯାନ ଯାହା ଇକୋ ଫ୍ରେଣ୍ଡଲି ସହରୀ ପବ୍ଲିକ୍‌ ଟ୍ରାନ୍ସପୋଟ ସିଷ୍ଟମ୍‌ । ଏହି ବସ୍‌ ଚାଲିବା ପାଇଁ ଏଥିରେ ଏକ ଉଚ୍ଚ ଟ୍ରାକ ଅଛି ଯେଉଁଥିରେ କେବୁଲ କିମ୍ବା କାର ଓହଳି ରିପାରିଥାଏ । ସ୍କାଏ ବସ୍ ଜର୍ମାନୀର ୱୁପର୍ଟାଲ୍ ଏଚ୍ ବାନ୍‌ ଟ୍ରାନ୍ସପୋଟ ସିଷ୍ଟମ୍‌ ସହିତ ସମାନ । ସ୍କାଏ ବସ୍ ଗୁଡିକ ପ୍ରାୟ ୧୦୦ କିଲୋମିଟର ବେଗରେ ଯାତ୍ରା କରିପରେ, ତା’ ସହ ଏହା କରେଣ୍ଟ୍‌ରେ ଚାଲିପାରେ । ଏଥିରେ ଯିବା ଆସିବା କରିବା ମଧ୍ୟ ମେଟ୍ରୋ ଅପେକ୍ଷା କମ୍ ଦାମୀ ବା ଶସ୍ତା ହୋଇଥାଏ । ସ୍କାଏ ବସ୍ ଏପରି ଓଲଟା ଚାଲିବା ଯୋଗୁ ଏହାର ଖରାପ ହେବାର ସମ୍ଭାବନା କମ ରହିଥାଏ ।

ଭାରତରେ ସ୍କାଏ ବସ୍ ସିଷ୍ଟମ୍‌ ବ୍ୟବସ୍ଥା କେବେ ଆରମ୍ଭ :
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୩ରେ ଗୋଆ ପାଇଁ ଏକ ସ୍କାଏ ବସ୍ ଯୋଜନା ଘୋଷଣା କରିଥିଲେ । ତେବେ ୧୦୦ କୋଟି ଟଙ୍କା ମୂଲ୍ୟର ଏହି ଯୋଜନା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ । ସେଠାରେ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଥିଲା ମାପୁସାକୁ ପଣଜୀ ସହିତ ଯୋଡି ହେବାର ଥିଲା । ଯାହାର ପ୍ରାରମ୍ଭିକ ମାର୍ଗ ୧୦.୫ କିଲୋମିଟର ଲମ୍ବ ଥିଲା । ସୂଚନା ମୁତାବକ, ୨୦୧୬ ରେ କନକନ୍ ରେଲୱେ କର୍ପୋରେସନ ସ୍କାଏ ବସ୍ ଯୋଜନାକୁ ବାତିଲ କରିଦେଇଥିଲା । କାରଣ ଏହା ସେତେବେଳେ ଭଲ ବ୍ୟବସାୟ ପାଇଁ ଠିକ୍‌ ହେଉନଥିଲା । ଏହି ସବୁ ଜିନିଷ ଜାଣିବା ପରେ ଲାଗୁଛି ଯେ ଏହି ଯୋଜନା ଭାରତରେ ଖୁବ୍‌ ଶୀଘ୍ର ଆରମ୍ଭ ହୋଇପାରେ ।

KNews Bureau

Recent Posts

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

17 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

35 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

38 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago

ଦିନ ଗୋଟାଏ ସୁଦ୍ଧା ରାଜ୍ୟରେ ହାରାହାରି ୩୭.୬୪% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ…

1 hour ago

ଝାଡ଼ଖଣ୍ଡ: ମାଛ ବୋଝେଇ ଗାଡ଼ି ଓଲଟିଲା, ରାସ୍ତାରୁ ଥାଇ ମାଗୁର ବୋହିନେଲେ ସ୍ଥାନୀୟ ଲୋକେ

ଝାଡ଼ଖଣ୍ଡର ଧନବାଦରେ ଏକ ମାଛ ବୋଝେଇ ଗାଡ଼ି ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ରାସ୍ତାରେ ଯାଉଥିବା ବେଳେ ଗାଡ଼ିଟି…

1 hour ago