ସୋସିଆଲ ମିଡିଆରେ ଘୂରିବୁଲୁଛି ଜଣେ ଯବାନଙ୍କ ଭିଡିଓ। ଜମ୍ମୁ-କଶ୍ମୀର ପୋଲିସର ଏହି ଯବାନ ଜଣକ ପବ୍ଲିକଙ୍କୁ ର୍ୟାପ୍ ଶୁଣାଉଥିବା ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଯବାନଙ୍କ ନାଁ କ’ଣ ଏବଂ ଭିଡିଓଟି କେବେକାର, ତାହା ବିଷୟରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ମେହେରାନ୍ ନାମକ ବ୍ୟକ୍ତି ଏହି ଭିଡିଓକୁ ୭ ମାର୍ଚ୍ଚରେ ଶେୟାର କରିଥିଲେ। ସେ ଏହାର କ୍ୟାପ୍ସନ ଦେଇଥିଲେ ଯେ ‘ଜମ୍ମୁ ଆଣ୍ଡ କଶ୍ମୀର ପୋଲିସର ଏହି ଯବାନ ପ୍ରସିଦ୍ଧ ହେବା ପାଇଁ ଯୋଗ୍ୟ’। ମେହେରାନ୍ ଭିଡିଓରେ ‘ଜେଆଣ୍ଡକେ ପୋଲିସ’ ଏବଂ ‘କଶ୍ମୀର ପୋଲିସ’କୁ ଟ୍ୟାଗ୍ କରିଛନ୍ତି।
ଭିଡିଓରେ ଯବାନଙ୍କୁ ଏକ କାର୍ ଭିତରେ ବସିଥିବାର ଦେଖିବାକୁ ମିଳୁଛି। ସେ ଏତେ ସୁନ୍ଦର ଭାବେ ର୍ୟାପ୍ କହୁଛନ୍ତି, ଯାହାକୁ ଶୁଣି ପବ୍ଲିକ ତାଙ୍କର ଦିଓ୍ଵାନା ହୋଇଯାଇଛନ୍ତି। ଭିଡିଓକୁ ଏ ପଯ୍ୟର୍ନ୍ତ ଅଢ଼େଇ ଲକ୍ଷରୁ ଅଧିକ ଭ୍ୟୁ ଏବଂ ୧୦ ହଜାରରୁ ଅଧିକ ଲାଇକ୍ସ ମିଳିସାରିଲାଣି।
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…