ଦେଶ ବିଦେଶ

ରାସନ କାର୍ଡ : ସରକାରଙ୍କ ଏହି ନିୟମ ଜାଣି ଖୁସିରେ ନାଚି ଉଠିବେ ରାସନ କାର୍ଡ ଥିବା ବ୍ୟକ୍ତି, ପ୍ରତି ମାସ ମିଳିବ ୧୫୦ କିଲୋ ଚାଉଳ

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜାଣିବା ଉଚିତ୍‌ । ରାସନ କାର୍ଡ ପାଇଥିବା ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ ଖୁସି ଖବର ନେଇ ଆସିଛି । ଛତିଶଗଡ ରାଜ୍ୟର ଲୋକଙ୍କୁ ବମ୍ପର ଚାଉଳ ମିଳିବ । ନଭେମ୍ବରରେ ରାଜ୍ୟର ବିପିଏଲ ପରିବାରଙ୍କ ପାଇଁ ୪୫ କିଲୋରୁ ୧୩୫ କିଲୋ ଯାଏ ଚାଉଲ ମିଳିବ । ଏହାଛଡ଼ା ରାଜ୍ୟର ପ୍ରାଥମିକତା ରାସନକାର୍ଡ ଗ୍ରାହକଙ୍କୁ ୧୫ କିଲୋରୁ ୧୫୦ କିଲୋଯାଏ ଚାଉଳ ମିଳିବ । ଏହି ଚାଉଳ ରାସନ କାର୍ଡ ଗ୍ରାହକଙ୍କ ମାଗଣା ମିଳିବ ।

ଅକ୍ଟୋବର ମାସ ଯାଏ ବିପିଏଲ ପରିବାରଙ୍କୁ କିଲୋ ପିଛା ୧ ଟଙ୍କାରେ ଓ ଏପିଏଲ ପରିବାରଙ୍କୁ କିଲୋ ପିଛା ୧୦ ଟଙ୍କାରେ ଚାଉଳ ମିଳୁଥିଲା । ପରିବାର ସଦସ୍ୟଙ୍କ ଆଧାରରେ ଏହି ଚାଉଳ ମିଳିବ । ଦୁଇ ମାସର ଅତିରିକ୍ତ ଚାଉଳ ଓ ଏହି ମାସର ଚାଉଳ ଏକ ସଂଗେ ଦିଆଯିବାର ଥିବାରୁ ଚାଉଳ ମାତ୍ରା ବଢ଼ିଯିବ । ତେବେ ପରିବାର ସଦସ୍ୟଙ୍କ ଅନୁସାରେ ଚାଉଳ ମିଳିବ ।

ପ୍ରାଥମିକତା କାର୍ଡରେ ଛତିଶଗଡ ସରକାରଙ୍କ ପକ୍ଷରୁ ବଣ୍ଟାଯିବାକୁ ଥିବା ଚାଉଳରେ ପରିବାର ସଦସ୍ୟଙ୍କ ଆଧାରରେ ୧୫ ରୁ ୧୫୦ କିଲୋ ଚାଉଲ ମିଳିବ । ଦୁଇ ମାସର ଅତିରିକ୍ତ ଚାଉଳ ଓ ଏହି ମାସର ଚାଉଳକୁ ମିଶାଇ ଏହି ମାତ୍ରା ବଢ଼ିଯିବ । ଡିସେମ୍ବରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଚାଉଳ ବିତରଣ କରାଯିବ ।

ଏକକାଳୀନ ଏତେ ଚାଉଳ ଦିଆଯାଉଥିବାରୁ ବିତରଣ ଦୋକାନରେ ହେରେଫେର ହେବାର ଆଶଙ୍କା ଥିବାରୁ ଦୋକାନୀମାନଙ୍କୁ ନୋଟିସ ଜାରି କରାଯାଇଛି । ଏଥିସହିତ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି ଯେ ପୁରା ଚାଉଳ ନେବା ପରେ ହିଁ ଅଙ୍ଗୁଳି ଛାପ ଦିଅନ୍ତୁ ।

Niharanjan

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

13 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

16 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

20 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

33 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

49 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago