ରାସନ କାର୍ଡ : ସରକାରଙ୍କ ଏହି ନିୟମ ଜାଣି ଖୁସିରେ ନାଚି ଉଠିବେ ରାସନ କାର୍ଡ ଥିବା ବ୍ୟକ୍ତି, ପ୍ରତି ମାସ ମିଳିବ ୧୫୦ କିଲୋ ଚାଉଳ

ଯଦି ଆପଣଙ୍କ ପାଖରେ ରାସନ କାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ ନିହାତି ଜାଣିବା ଉଚିତ୍ । ରାସନ କାର୍ଡ ପାଇଥିବା ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ ଖୁସି ଖବର ନେଇ ଆସିଛି । ଛତିଶଗଡ ରାଜ୍ୟର ଲୋକଙ୍କୁ ବମ୍ପର ଚାଉଳ ମିଳିବ । ନଭେମ୍ବରରେ ରାଜ୍ୟର ବିପିଏଲ ପରିବାରଙ୍କ ପାଇଁ ୪୫ କିଲୋରୁ ୧୩୫ କିଲୋ ଯାଏ ଚାଉଲ ମିଳିବ । ଏହାଛଡ଼ା ରାଜ୍ୟର ପ୍ରାଥମିକତା ରାସନକାର୍ଡ ଗ୍ରାହକଙ୍କୁ ୧୫ କିଲୋରୁ ୧୫୦ କିଲୋଯାଏ ଚାଉଳ ମିଳିବ । ଏହି ଚାଉଳ ରାସନ କାର୍ଡ ଗ୍ରାହକଙ୍କ ମାଗଣା ମିଳିବ ।
ଅକ୍ଟୋବର ମାସ ଯାଏ ବିପିଏଲ ପରିବାରଙ୍କୁ କିଲୋ ପିଛା ୧ ଟଙ୍କାରେ ଓ ଏପିଏଲ ପରିବାରଙ୍କୁ କିଲୋ ପିଛା ୧୦ ଟଙ୍କାରେ ଚାଉଳ ମିଳୁଥିଲା । ପରିବାର ସଦସ୍ୟଙ୍କ ଆଧାରରେ ଏହି ଚାଉଳ ମିଳିବ । ଦୁଇ ମାସର ଅତିରିକ୍ତ ଚାଉଳ ଓ ଏହି ମାସର ଚାଉଳ ଏକ ସଂଗେ ଦିଆଯିବାର ଥିବାରୁ ଚାଉଳ ମାତ୍ରା ବଢ଼ିଯିବ । ତେବେ ପରିବାର ସଦସ୍ୟଙ୍କ ଅନୁସାରେ ଚାଉଳ ମିଳିବ ।
ପ୍ରାଥମିକତା କାର୍ଡରେ ଛତିଶଗଡ ସରକାରଙ୍କ ପକ୍ଷରୁ ବଣ୍ଟାଯିବାକୁ ଥିବା ଚାଉଳରେ ପରିବାର ସଦସ୍ୟଙ୍କ ଆଧାରରେ ୧୫ ରୁ ୧୫୦ କିଲୋ ଚାଉଲ ମିଳିବ । ଦୁଇ ମାସର ଅତିରିକ୍ତ ଚାଉଳ ଓ ଏହି ମାସର ଚାଉଳକୁ ମିଶାଇ ଏହି ମାତ୍ରା ବଢ଼ିଯିବ । ଡିସେମ୍ବରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ମାଗଣାରେ ଚାଉଳ ବିତରଣ କରାଯିବ ।
ଏକକାଳୀନ ଏତେ ଚାଉଳ ଦିଆଯାଉଥିବାରୁ ବିତରଣ ଦୋକାନରେ ହେରେଫେର ହେବାର ଆଶଙ୍କା ଥିବାରୁ ଦୋକାନୀମାନଙ୍କୁ ନୋଟିସ ଜାରି କରାଯାଇଛି । ଏଥିସହିତ ସରକାରଙ୍କ ପକ୍ଷରୁ ଗ୍ରାହକଙ୍କୁ କୁହାଯାଇଛି ଯେ ପୁରା ଚାଉଳ ନେବା ପରେ ହିଁ ଅଙ୍ଗୁଳି ଛାପ ଦିଅନ୍ତୁ ।